ମୟୂରଭଞ୍ଜ ୧୫/୩/୨୩ (ମସିହା) ଅନୈତିକ ପ୍ରେମ ଜନିତ ଘଟଣାରେ ଗୁଳିକାଣ୍ଡ ନେଇ ମହିଳା ସମେତ ୩ ଗିରଫ,ବନ୍ଧୁକ,ଖୋକା,ଗୁଳି, ବ୍ୟବହୃତ ଗାଡ଼ି ଜବତ । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ଗ୍ରାମର ଅର୍ଜୁନ ପଣ୍ଡା (ବାପୁନ) /(୨୯) ନିଜର ଏକ ମେକ୍ସିମ ଭେନ ଥିଲା । ୨୦୨୦ ଶେଷ ବେଳକୁ ମେକ୍ସିମ ଭେନକୁ ନେଇ ରାଇରଙ୍ଗପୁର ରୁ ବିଶୋଇ ପର୍ଯ୍ୟନ୍ତ ଘରୋଇ ପରିବହନ ବ୍ଯବସାୟ ଭାବେ ଚଳାଚଳ କରୁଥିଲା । ଇତି ମଧ୍ୟରେ ବିଶୋଇ ଅଂଚଳର ଜନୈକ ଆଦିବାସୀ ନାବାଳିକା ଯୁବତୀ ସହ ସଂପର୍କରେ ଆସିଥିଲା । ଦିର୍ଘ ୩ ବର୍ଷ ହେଲା ପ୍ରେମ ଜନିତ ଅନୈତିକ ଶାରିରୀକ ସଂପର୍କ ଥିଲା ।ପରେ ବର୍ଷକ ପୂର୍ବରୁ ଅର୍ଜୁନ ଅନ୍ୟତ୍ର ବିବାହ କରିଥିଲା । କିନ୍ତୁ କାମାସକ୍ତ ଅର୍ଜୁନର ମନ ବୁଝି ନ ଥିଲା ।ସେ ପରେ ସେହି ନାବାଳିକା ଆଦିବାସୀ ଯୁବତୀ ସହିତ ସଂପର୍କ ରଖୁଥିଲେ ।
ନାବାଳିକା ଝିଅଟି ଧିରେ ଧିରେ ଅର୍ଜୁନ ସହିତ ଆଉ ସଂପର୍କ ରଖିବାକୁ ଚାହିଁଲା ନାହିଁ । ଉଭୟଙ୍କ ମଧ୍ୟରେ ମଝିରେ ମଝିରେ ମନୋମାଳିନ୍ଯ ରହିଲା ।ହେଲେ ଅର୍ଜୁନ ପ୍ରତିଶୋଧପରାୟଣ ହୋଇ ଉଠି ସୁଚିନ୍ତିତ ଯୋଜନା କଲା ।ଗତ ୯ ତାରିଖ ଦିନ ଅର୍ଜୁନ ଵିଶୋଇରୁ ତା’ର ମେକ୍ସିମ ଭେନରେ ଝିଅଟିକୁ ରାଇରଙ୍ଗପୁର ଏକ ନଦୀ ପାଖକୁ ନେଇ ଆସିଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସୋଇଥିଲା । ଉତ୍ୟକ୍ତ ଓ ପ୍ରେମରେ ପ୍ରତାରଣା ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅର୍ଜୁନ ।ସଙ୍ଗେ ସଙ୍ଗେ ଲୁଚାଇ ରଖିଥିବା ଚୋରା ଦେଶୀ ପିସ୍ତଲ ବାହାର କରି ପ୍ରେମିକା କୁ ଗୁଳି ମାରିବା ଫଳରେ । ଗୁଳିଟି ପ୍ରେମିକାର ଜଙ୍ଘରେ ବାଜି ବାହାରି ଯାଇଥିଲା ଓ ଝିଅଟି ଅଳ୍ପକେ ବର୍ତ୍ତି ଯାଇଥିଲା ।ସେହି ଆହତ ପ୍ରେମିକାକୁ ଧରି ଵଡଝରଣ ସ୍ଥିତ କାଳିକା ଗ୍ରାମରେ ଜନୈକ ଭଡ଼ା ଘରେ ରଖିଥିଲା ।ପରେ ଶୁକ୍ରବାର ଦିନ ନାବାଳିକାକୁ ନେଇ ବିଶୋଇ ଅଂଚଳରେ ଜନୈକ ମହିଳାଙ୍କ ଘରେ ଲୁଚାଇ ରଖିଥିଲେ । ୩ ଦିନପରେ ସୋମବାର ଦିନ ସଂନ୍ଧ୍ୟା ସମୟରେ ଗୁରୁତର କ୍ଷତାକ୍ତ ଯୂବତୀ ଜଣକ ଆବଦ୍ଧଘର ପାଖ ଜନୈକ ଟାଇଲ ମିସ୍ତ୍ରୀ ର ଫୋନରେ ନିଜର ମାମୁଁ ବିଶୋଇ ଅଂଚଳର ଭୀମସେନ ସୋରେନଙ୍କୁ ଘଟଣା ସବୁକିଛି କହି କାନ୍ଦି କାନ୍ଦି ରକ୍ଷାକର ବୋଲି ଫୋନ୍ କରିଥିଲା ।ପରେ ଭୀମ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏକଥା ଜାଣିପାରି ମହିଳା ଜଣଙ୍କ ଅର୍ଜୁନକୁ ଫୋନ କରି କହିବାରୁ ଅର୍ଜୁନ ଏକ ସ୍କୁଟି ରେ ବିଶୋଇ ଯାଇ ପ୍ରେମିକାକୁ ସ୍କୁଟିରେ ରାଇରଙ୍ଗପୁର ଆଣୁଥିବା ସମୟରେ ବିଶୋଇ ପୋଲିସ ଆଇଆଇସି ମିନି ଭୋଇ ଏବଂ ଷ୍ଟାଫ୍ ପିଛା କରିଥିଲେ । ଅର୍ଜୁନ ଭରଣ୍ଡିଆ ରାସ୍ତା ପାଖରେ ପ୍ରେମିକାକୁ ଓହ୍ଲାଇ ଦେଇ ଦୃତ ଗତିରେ ଖସି ପଳାଇଥିଲା ।ପୋଲିସ ଯୁବତୀକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲେ । ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ଅର୍ଜୁନକୁ ମଧ୍ୟ ରାତ୍ରରେ ତାର ଅଁଳାଡୁବା ବାସଭବନରୁ ଗିରଫ କରିବା ସହ ପିସ୍ତଲ,୩ ଅଫୁଟା ଗୁଳି,ବ୍ୟବହୃତ ଖୋକା,ମେକ୍ସିମ ଭେନ୍ ଜବତ କରିଥିଲେ ।ପରେ ତା’ଠାରୁ ସମସ୍ତ ତଥ୍ୟ ନେଇ ବନ୍ଧୁକ ଯୋଗାଇଥିବା ଝାଡ଼ଖଣ୍ଡ ରାଜ୍ୟ ହଳଦୀ ପୋଖରୀ ଅଂଚଳର ସେକ୍ ନାକିମ(୩୨) ଙ୍କୁ ଗୋରୁମହିଷାଣୀରେ ଗିରଫ କରିଥିଲେ ।ସେହିଭଳି ମହିଳା ଜଣଙ୍କୁ ଗିରଫ କରିଥିଲେ ।ନା ବାଳିକା ଯୁବତୀକୁ ଉଦ୍ଧାର କରି ବାରିପଦାର ପୋସ୍କୋ କୋର୍ଟକୁ ହସ୍ତାନ୍ତର କରିଛି ।ଘଟଣାରେ ମେକ୍ସିମ ଭେନ (ଓଡି ୧୧ ଏ ୫୦୩୬),ସ୍କୁଟି (ଓଡି ୧୧ ଏ ୯୫୪୨),ଏକ ପଲସର ବାଇକ(ଜେ ଏତେ ୦୫ ଏବି ୩୧୮୬)କୁ ଜବତ କରିବା ସହିତ ବ୍ୟବହୃତ ଆଧୁନିକ ଦେଶୀ ପିସ୍ତଲ,୩ ଫୁଟା ଗୁଳି,ବ୍ୟବହୃତ ଖୋକା, ଜବତ କରିବା ସହ କେଶ ମାମଲା ୫୬/୨୪ ରୁଜୁ କରିଛି । ବୁଧବାର ଦିନ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓଙ୍କ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ସୂଚନା ଦେଇଥିଲେ ।ଘଟଣାର ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ


