ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀ ରେ ବୁଡି ୨ବର୍ଷ ର ଶିଶୁ ମୃତ

ଡାବୁଗାଁ, ୧୫/୩ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବୁଟିଆଗୁଡ଼ା ଗ୍ରାମରେ ଜଣେ ୨ ବର୍ଷ ର ଶିଶୁ ପୁତ୍ର ବୁଧବାର ଅପରାହ୍ନ ରେ ନଦୀରେ ବୁଡି ମୃତ୍ୟୁ ଘଟିଛି l ସୂଚନାଯୋଗ୍ୟ :- ବୁଟିଆଗୁଡ଼ା ଗ୍ରାମର ପ୍ରଶାନ୍ତ ମେହେରା ଙ୍କ ୨ବର୍ଷ ର ଶିଶୁ ପୁରୁଷୋତ୍ତମ ମେହେରା ଅପରାହ୍ନ ସମୟରେ ଘରୁ ଏକୁଟିଆ ଘରପାଖରେ ଥିବା ନଦୀ କୁ ଚାଲିଯାଇଥିଲେ ସେଠାରେ ସେ ବୁଡିଯାଇଥିବା ବେଳେ ତା ବାପା ପ୍ରଶାନ୍ତ ତାକୁ ଦେଖିଥିଲେ ପରେ ସେଠାକୁ ଯାଇ ତାକୁ ଉଦ୍ଧାର କରିଥିଲେ ପରେ ୧୦୮ଆମ୍ବୁଲାନ୍ସ ଯୋଗେ ପୁରୁଷୋତ୍ତମ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଶିଶୁ ପୁତ୍ର ର ବାପା ଡାବୁଗାଁ ଥାନା ରେ ସନ୍ଧ୍ୟାରେ ଏତଲା ଦେଇଥିଲେ l ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏ ଏସ ଆଇ ଶିଶିର କାନ୍ତ ଘୋଷ ଘଟଣାସ୍ଥଳ ରେ ପହଁଞ୍ଚି ତଦନ୍ତ କରୁଛନ୍ତି l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

Sunil Chandra Nayak

ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା 

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!