ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର !!!

ବାଣପୁର:- ପୁଣି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ପରକ୍ରୀୟା ପ୍ରୀତିର କରୁଣ ପରିଣତି ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର ହୋଇ ଯାଇଥିବାର ଜଣା ପଡ଼ିଛି। ଫେରାର ଥିବା ସ୍ତ୍ରୀଙ୍କ ସ୍ବାମୀ କହିବା ମୁତାବକ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମର ମିତୁ ପ୍ରଦାନ ୭ ମାସ ତଳେ ଗଞ୍ଜାମ ଜିଲ୍ଲା ଝାଟି ପଦର ଗ୍ରାମର ମାମାଲି ପ୍ରଧାନ (୧୯)କୁ ବିବାହ କରିଥିଲେ। ୧୩ ତାରିଖ ଦିନ ବାଣପୁର ପଞ୍ଚୁଦୋଳ ମେଳଣ ପର୍ବ ଚାଲିଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ପଡିଆ କୁ ଯାତ୍ରା ଦେଖିଶାରି ଘରକୁ ଫେରିଥିଲେ। ଘରେ ଥିବା ସମୟରେ ତାଙ୍କ ସ୍ଵାମୀ ମିତୁ ପ୍ରଦାନ କୈାଣସି ଏକ ଜରୁରୀ କାମ ପାଇଁ ଗାଁ ଭିତରୁ ଯାଇଥିଲେ। କାମ ସାରି ଘରକୁ ଫେରି ଦେଖନ୍ତି ତ ତାଙ୍କ ସ୍ତ୍ରୀ ଘରେ ନାହାନ୍ତି। ନିଜ ରୁମକୁ ଯାଇ ଦେଖନ୍ତିତ ଆଟାଜି ବସ୍କ ଭାଙ୍ଗି ହୋଇ ପଡ଼ିଛି।ଆଟାଜି ଭିତରେ ଥିବା ସୁନା ଗହଣା ଓ ଟଙ୍କା ସେ ଭିତରୁ ତାଙ୍କ ସ୍ତ୍ରୀ ନେଇ କୁଆଡେ ଫେରାର ହୋଇ ଯାଇଥିବାର ସନ୍ଧେହ କରି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣା ପଡ଼ିଛି। ସ୍ତ୍ରୀ ମାମାଲି ୭ ମାସର ଗର୍ଭବତୀ ଥିବାର ତାଙ୍କ ସ୍ବାମୀ ମିତୁ କହିଛନ୍ତି।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଲକ୍ଷ୍ମୀପୁର ଖେରୀ ଗଣହତ୍ୟା ର ସ୍ମାରକୀ ଦିବସ ରେ ଦେଶବ୍ୟାପୀ କଳା ଦିବସ ଓ ବିକ୍ଷୋଭ

masiha

ଆନନ୍ଦ ଉତ୍ସବ ଅବସରରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ

masiha

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

masiha

Leave a Comment

error: Content is protected !!