ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର !!!

ବାଣପୁର:- ପୁଣି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ପରକ୍ରୀୟା ପ୍ରୀତିର କରୁଣ ପରିଣତି ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର ହୋଇ ଯାଇଥିବାର ଜଣା ପଡ଼ିଛି। ଫେରାର ଥିବା ସ୍ତ୍ରୀଙ୍କ ସ୍ବାମୀ କହିବା ମୁତାବକ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମର ମିତୁ ପ୍ରଦାନ ୭ ମାସ ତଳେ ଗଞ୍ଜାମ ଜିଲ୍ଲା ଝାଟି ପଦର ଗ୍ରାମର ମାମାଲି ପ୍ରଧାନ (୧୯)କୁ ବିବାହ କରିଥିଲେ। ୧୩ ତାରିଖ ଦିନ ବାଣପୁର ପଞ୍ଚୁଦୋଳ ମେଳଣ ପର୍ବ ଚାଲିଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ପଡିଆ କୁ ଯାତ୍ରା ଦେଖିଶାରି ଘରକୁ ଫେରିଥିଲେ। ଘରେ ଥିବା ସମୟରେ ତାଙ୍କ ସ୍ଵାମୀ ମିତୁ ପ୍ରଦାନ କୈାଣସି ଏକ ଜରୁରୀ କାମ ପାଇଁ ଗାଁ ଭିତରୁ ଯାଇଥିଲେ। କାମ ସାରି ଘରକୁ ଫେରି ଦେଖନ୍ତି ତ ତାଙ୍କ ସ୍ତ୍ରୀ ଘରେ ନାହାନ୍ତି। ନିଜ ରୁମକୁ ଯାଇ ଦେଖନ୍ତିତ ଆଟାଜି ବସ୍କ ଭାଙ୍ଗି ହୋଇ ପଡ଼ିଛି।ଆଟାଜି ଭିତରେ ଥିବା ସୁନା ଗହଣା ଓ ଟଙ୍କା ସେ ଭିତରୁ ତାଙ୍କ ସ୍ତ୍ରୀ ନେଇ କୁଆଡେ ଫେରାର ହୋଇ ଯାଇଥିବାର ସନ୍ଧେହ କରି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣା ପଡ଼ିଛି। ସ୍ତ୍ରୀ ମାମାଲି ୭ ମାସର ଗର୍ଭବତୀ ଥିବାର ତାଙ୍କ ସ୍ବାମୀ ମିତୁ କହିଛନ୍ତି।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କର୍ଲାମୁଣ୍ଡା: ରାଜକୋଟରେ ଦାଦନ ଶ୍ରମିକ ମୃତ 

masiha

ଚୈତ୍ର ଯାତ୍ରା ସମାପନ ପରେ ଅସୁବିଧା, ବୁଝିବାକୁ ପରିବହନ ମନ୍ତ୍ରୀ ଙ୍କ ତାରା ତାରିଣୀ ଗ୍ରସ୍ତ

Sunil Chandra Nayak

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

Leave a Comment

error: Content is protected !!