ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାର ସହ ଗଞ୍ଜେଇ ଜବତ 5 ଗିରଫ 

  ପାପଡାହାଣ୍ଡି ,16/3, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ପୋଲିସ ଗାଡି ଯାଞ୍ଚ କରୁଥିବା ସମୟରେ ଦୁଇଟି କାର ସହ ଗଞ୍ଜେଇ ଜବତ କରିଥିବା ସହ 5ଜଣଂକୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ, ବୁଧବାର ଦିନ ପୋଲିସ ଡାବୁଗାଁ ଛକ ଓ ଥାନା ସମ୍ମୁଖରେ ଯାନ ବାହାନ ଯାଞ୍ଚ କରୁଥିବା ସମୟରେ ଦୁଇଟି କାର ତୀବ୍ର ଗତି ରେ ଯାଉଥିବା ନେଇ ସନ୍ଦେହ କରି ଗାଡିକୁ ଅଟକାଇଥିଲେ l ଗ୍ରାଫଇଟ ରଙ୍ଗ ର ଵାଲେନ (BR 06 CJ 9441)ଏସକଟ ଦେଉଥିବା ବେଳେ ଧଳା ରଙ୍ଗ ର ALTO K10(OD 02AD 8424)ଗାଡି କୁ ଡାବୁଗାଁ ଛକ ନିକଟରେ ଯାଞ୍ଚ କରିଥିଲା l ଵାଲେନ କାର କୁ ପୋଲିସ ଅଟକ ରଖିବାରେ ସଫଳ ହୋଇଥିବା ବେଳେ ALTO Ki10କାର ରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ ରେ ପୋଲିସ ଅଟକ ରଖିଥିଲା l କିନ୍ତୁ ପୋଲିସ କୁ ଚକମା ଦେଇ ସେଠାରୁ ଫେରାର ହୋଇଯାଇଥିଲା l ମୈଦଲପୁର ପୋଲିସ ଉକ୍ତ କାର କୁ ପିଛା କରି କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଡୁମେର ବାହାଲ ନିକଟରେ ଥିବା ଶିବ ମନ୍ଦିର ନିକଟ ରେ ଆମପାଣି ପୋଲିସ ସହାୟତା ରେ ଧରିଥିଲା l ଉଭୟ ଗାଡ଼ିରେ ଥିବା ବିହାର ଜିଲ୍ଲା ର ଵିଶାଲ ପାଲ(37), ଅତୁଲ ରାଜ (37), ମହେଶ ଛବେ (32), ସନୁ କୁମାର (25)ଓ ରାକେଶ କୁମାର ସାହା (28) ଗିରଫ କରି କେଶ ନଂ40/23 ରେ ମାମଲା ରଜୁ କରି ଗୁରୁବାର କୋର୍ଟ ଚାଲାଣ କରିଛି lତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତ ରେ ଜବତ ଗଞ୍ଜେଇର ପରିଣାମ 81Kg ବାହାରିଥିଲା l ଥାନା ଅଧିକାରୀ ନଟବର ନନ୍ଦ ଙ୍କ ସୂଚନା ପ୍ରକାରେ, ବିହାର ଅଂଚଳ ର ଯୁବକ ମାନେ 11ତାରିଖ କୋରାପୁଟ ଯାଇ ଜଗନ୍ନାଥ ମନ୍ଦିର ଦର୍ଶନ କରି ହୋଟେଲ ରେ ରହିଥିଲେ l ସେଠାରୁ କିଛି ଲୋକ ଆସି ଗାଡି କୁ ନେଇ ନମ୍ବର ପ୍ଲେଟ ବଦଳାଇ ଗଞ୍ଜେଇ ଭର୍ତ୍ତି କରିଥିଲେ l କୋରାପୁଟ ରୁ ବାହାରି ବିହାର ନେବା ବେଳେ ମୈଦଲପୁର ପୋଲିସ ହାତରେ ଧରା ପଡ଼ିଥିଲେ l ଓଜନ ବେଳେ ପାପଡାହାଣ୍ଡି SDPO ଆଦିତ୍ୟ ସେନ,ଥାନା ଅଧିକାରୀ ନଟବର ନନ୍ଦ, SI ବିପୁଲ କୁଲଦୀପ, ASI ଡି. ଦେବି କୁମାର, ପ୍ରବୀଣ ପାଞ୍ଜିଆ, କୁଶ ମାଝୀ, ଭାସ୍କର ରାଓ ଗଣେଶ ମାଝୀ, ଅନୁସୂୟା ସଗରିଆ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡଗରା ବେଳାଭୂମି ପାଲଟିଛି ମଦ୍ଯପଙ୍କ ଆଡାସ୍ଥଳୀ, ପର୍ଯ୍ଯଟକଙ୍କୁ କରୁଛନ୍ତି ଦୁର୍ବ୍ଯବହାର, ନିଦରେ ଶୋଇଛି ପୋଲିସ ପ୍ରଶାସନ 

Sunil Chandra Nayak

ବାଘ ଛାଲ ସହ ପାଞ୍ଚ ଅଭିଯୁକ୍ତ ଗିରଫ 

masiha

ଜଙ୍ଗଲ କାଟିବା ଅଭିଯୋଗ ରେ ୬ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନ ବିଭାଗ

masiha

Leave a Comment

error: Content is protected !!