ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଉଁରା ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ

ନୂଆପଡା  // ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ ହୋଇଛି। ପୋଖରୀ ରେ ବୁଡ଼ି ମୃତ୍ୟୁବରଣ କରିଥିବା ଦୁଇ ଶିଶୁ ବୃଷଭ ବନ୍ଦୀଛୋର ଏବଂ ଅମିତ ବନ୍ଦୀଛୋର ବୋଲି ଜଣାପଡିଛି। ଘଟଣାର ଖବର ପାଇ ପରିବାର ଲୋକେ ପୋଖରୀ ନିକଟକୁ ଯାଇଥିଲେ। ଦୁଇ ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଦୁଇ ଶିଶୁ ପହଞ୍ଚିବା ଆଗରୁ ମୃତ୍ୟୁ ହୋଇଥିବା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ମୋନାଳୀ ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି l ଏହି ଘଟଣାକୁ ନେଇ ଗାଁ ରେ ଶୋକା କୁଲ ପରିବେଶ ସୃଷ୍ଟି ହୋଇଛି। ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଘସିଏନ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 

masiha

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ

masiha

ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ , ଆବେଦନର ଶତ ପ୍ରତିଶତ ସମାଧାନ ଉପରେ ଗୁରୁତ୍ୱ 

Leave a Comment

error: Content is protected !!