ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଉଁରା ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ

ନୂଆପଡା  // ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ ହୋଇଛି। ପୋଖରୀ ରେ ବୁଡ଼ି ମୃତ୍ୟୁବରଣ କରିଥିବା ଦୁଇ ଶିଶୁ ବୃଷଭ ବନ୍ଦୀଛୋର ଏବଂ ଅମିତ ବନ୍ଦୀଛୋର ବୋଲି ଜଣାପଡିଛି। ଘଟଣାର ଖବର ପାଇ ପରିବାର ଲୋକେ ପୋଖରୀ ନିକଟକୁ ଯାଇଥିଲେ। ଦୁଇ ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଦୁଇ ଶିଶୁ ପହଞ୍ଚିବା ଆଗରୁ ମୃତ୍ୟୁ ହୋଇଥିବା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ମୋନାଳୀ ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି l ଏହି ଘଟଣାକୁ ନେଇ ଗାଁ ରେ ଶୋକା କୁଲ ପରିବେଶ ସୃଷ୍ଟି ହୋଇଛି। ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଲଡୁଗାଁରେ ବ୍ଲକ ସ୍ତରୀୟ ପର୍ଶୁରାମ ଜନ୍ମୋତ୍ସଵ, ଜୟ ପର୍ଶୁରାମରେ ପ୍ରକମ୍ପିତ ହେଲା ସହର

Sunil Chandra Nayak

ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଜାତୀୟ କୃଷି ବଜାର (ଇ- ନାମ) ସହ ସଂଯୁକ୍ତ

Sunil Chandra Nayak

Leave a Comment

error: Content is protected !!