ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ମୟୂରଭଞ୍ଜ ୧୭/୩/୨୩ (ମସିହା) ଆଗକୁ ଆଉ ବର୍ଷେ ରହିଲା ସାଧାରଣ ନିର୍ବାଚନ । ଏଥିପାଇଁ ବିଜେଡି ପ୍ରଚାର ଓ ପ୍ରସାର ଓ ସାଂଗଠନିକ କୁ ଗୁରୁତ୍ଵ ଦେଇଛି ।ଦଳର ସବୁଠାରୁ ଶକ୍ତିଶାଳୀ ହେଉଛି ସଂଗଠନ ।ଯାହାର ସଂଗଠନ ତୃଣମୂଳ ସ୍ତରରେ ସୁଦୃଢ ସେ ଦଳର ପାଲା ଭାରି ସବୁବେଳେ । ରାଜ୍ଯ ବିଜୁ ଜନତାଦଳର ସଭାପତି ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଏବଂ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପ୍ରଭାରୀ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସୁପାରିଶ କ୍ରମେ ବିଜୁ ଜନତା ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ନାମ ପୁନଃ ଘୋଷଣା କରାଯାଇଛି ।ତଦସହ ଅନ୍ୟ ସାଂଗଠାନିକ ପଦ ମଧ୍ୟ ଘୋଷଣା କରାଯାଇଛି । ଜିଲ୍ଲା ସଂଗଠନରେ ଜିଲ୍ଲା ଉପସଭାପତି କରଂଜିଆ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ସନ୍ତୋଷ ମହାନ୍ତ, ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ମଙ୍ଗଲ ସିଂ ମୋଦୀ,ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ଅମରେନ୍ଦ୍ର କର,, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ସୁବାଷ ମଣ୍ଡଳ, ଶ୍ରୀ ସ୍ବରୂପ ବେହେରା ଏବଂ ଶ୍ରୀ ପାର୍ଥସାରଥୀ କଵି ଙ୍କ ନାମ ଘୋଷଣା କରାଯାଇଛି ।ସେହିଭଳି ସାଧାରଣ ସଂପାଦକ ପଦ ପାଇଁ କରଂଜିଆ ନିର୍ବାଚନ ମଣ୍ଡଳୀ ପାଇଁ ବସନ୍ତ ପୈବର୍ତ୍ତି ଏବଂ ଖିତିପଦ ମହାନ୍ତ; ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଖଗେଶ୍ବର ସାହୁ, ମାନଗୋବିନ୍ଦ ନାଏକ ଏବଂ ନରେଶ ଚନ୍ଦ୍ର ମହାନ୍ତି;ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ପରମେଶ୍ବର ବେହେରା ଏବଂ ବୁଦ୍ଧିମାନ ମଣ୍ଡଳ; ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ପଙ୍କଜ ରାଉତ ଏବଂ ଶ୍ରୀ ସଚିନ ଅଗ୍ରୱାଲ ଙ୍କ ନାମ ଘୋଷଣା କରାଯାଇଛି ।

   ସେହିଭଳି ସଂପାଦକ ପଦ ପାଇଁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ଉତ୍ତମ ମହାପାତ୍ର,ଶ୍ରୀ ରାଜେନ୍ଦ୍ର ମଲ୍ଲିକ ଏବଂ ଶ୍ରୀ ଶ୍ୟାମ ଦାସ,ଶ୍ରୀ ନୀନା ଦାସ,ଶ୍ରୀ ଫୁଲସି ଡମାନ ମାର୍ଣ୍ଡୀ,ଶ୍ରୀ ଶାଶ୍ବତ ବଳ,ଶ୍ରୀ ଲାଲ ମୋହନ ବାରିକ; ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ଗୋପେଶ୍ବର ଦଳେଇ,ଶ୍ରୀ ବିପିନ ବିହାରୀ ମହାନ୍ତ,ଶ୍ରୀ ପଙ୍କଜ ମିଶ୍ର,ଶ୍ରୀ ବିଶେଶ୍ୱର ସାହୁ,ଶ୍ରୀ ଗୋବିନ୍ଦ ସୋରେନ ,ଶ୍ରୀ ସନ୍ତୋଷ କୁମାର ସାହୁ,ଶ୍ରୀ କିଶୋର ଚନ୍ଦ୍ର ବେହେରା,ଶ୍ରୀ ମନ୍ମଥ କୁମାର ଗିରି,:କରଂଜିଆ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ବିନୋଦ ସାହୁ,ଶ୍ରୀ ଉପେନ୍ଦ୍ର ପଲେଇ ,ଶ୍ରୀ ବୈଲୋଚନ ମିଶ୍ର,ଶ୍ରୀ ମାନସ ରଂଜନ ଆଚାର୍ଯ୍ୟ,ଶ୍ରୀ ମହେଶ୍ୱର ନାଏକ, ଏବଂ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ଚିନ୍ମୟ ସାହୁ,ଶ୍ରୀ ରଘୁନାଥ ମାଝୀ,ଶ୍ରୀ ପ୍ରଭାକର‌ ପରିଡା,ଶ୍ରୀ ସୁପାଇ ଟୁଡୁ,ଶ୍ରୀ ଦୁଲାରାମ ମାରାଣ୍ଡି ଏବଂ ଶ୍ରୀ ବିଶ୍ଵଜିତ ମହାନ୍ତି ଙ୍କ ନାମ ଘୋଷଣା କରାଯାଇଛି ।ସଦର ଜିଲ୍ଲା ସଭାପତି ଶ୍ରୀ କାଶିନାଥ ହେମ୍ବ୍ରମ ଙ୍କ ସମେତ ଅନ୍ୟ ମନୋନୀତ ସାଂଗଠନିକ ସଦସ୍ୟ ସେମାନଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ଯେଉଁ ଗୁରୁ ଦାୟିତ୍ବ ମାନ୍ଯଵର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟନାୟକ ଏବଂ ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ଅର୍ପଣ କରିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି । ଦଳ ଯେତେବେଳେ ଯେଉଁ ଦାୟିତ୍ଵ ଦେବେ ତାହା ନିଷ୍ଠାର ସହ ପାଳନ କରିବେ । ଦୁଃଖୀ,ରଙ୍କୀ,ପିଡିତା,ଅସହୟା, ମହିଳା,କୃଷକ,ଶ୍ରମିକ ସମସ୍ତଙ୍କ ସହ ମିଶି ସେମାନଙ୍କ ସମସ୍ୟା ସମାଧାନ ପାଇଁ ଗୁରୁତ୍ବ ଦେବା ସହ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଘରକୁ ଘର ବୁଲି ଅବଗତ କରାଇବା ହେବ ସେମାନଙ୍କ ପ୍ରାଥମିକ ଦାୟିତ୍ୱ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ହରି ପାଣିଗ୍ରାହୀ ହେଲେ ପାପାଡାହାଣ୍ଡି ବ୍ଳକ ସାଂସଦ ପ୍ରତିନିଧି 

masiha

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ବିକାଶ କାର୍ଯ୍ୟକ୍ରମକୁ ନେଇ ସାମ୍ବାଦିକ ସମ୍ମିଳନୀ

masiha

ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଉଦଘାଟନ

masiha

Leave a Comment

error: Content is protected !!