ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ହୋମଗାର୍ଡଙ୍କ ପାଇଁ ଖୁସିର ଖବର, ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି ନିର୍ଦ୍ଦେଶ

ଓଡିଶାର ହୋମ୍ ଗାର୍ଡଙ୍କୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ରାୟ। ହୋମଗାର୍ଡଙ୍କୁ ମିଳିବ ସେମାନଙ୍କ ଉଚିତ୍ ପ୍ରାପ୍ୟ। ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ୫୩୩ ଟଙ୍କା ବେତନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଓଡିଶା ସରକାରଙ୍କୁ ଲାଗିଛି ଜୋରଦାର ଝଟକା। ସମାନ କାମକୁ ସମାନ ଦରମା ନେଇ ପ୍ରଥମେ ମାନ୍ୟବର ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ। ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ଉଲ୍ଲେଖନୀୟ ୨୦୧୬ ମସିହାରେ ସମସ୍ତ ରାଜ୍ୟଙ୍କୁ ମାନ୍ୟବର ସୁପ୍ରିମକୋର୍ଟ କନେଷ୍ଟବଳ ମାନେ ଯେଉଁ ବେତନ ପାଇବେ ହୋମଗାର୍ଡ ମାନେ ମଧ୍ୟ ସେହି ବେତନ ପାଇବେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ରାଜ୍ୟ ଏହି ନିଷ୍ପତ୍ତିକୁ ମାନିଥିଲେ ମଧ୍ୟ ରାଜ୍ୟ ସରକାର ଏ ରାୟକୁ କର୍ଣ୍ଣପାତ କରିନଥିଲେ। ଏନେଇ ୨୦୧୮ ମସିହାରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମହାସଂଘ। ହାଇକୋର୍ଟ ହୋମଗାର୍ଡ ବା ଗୃହରକ୍ଷୀଙ୍କୁ ଦୈନିକ ୫୩୩ ଟଙ୍କା ବେତନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ସରକାର ଏହାକୁ ଲାଗୁ ୨୦୨୦ରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମହାସଂଘ ମଧ୍ୟ ନିଜର ରାୟ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ସମସ୍ତ ହୋମଗାର୍ଡମାନଙ୍କୁ ଦୈନିକ ବେତନ ୫୩୩ ଟଙ୍କା ହିସାବରେ ୨୦୧୮ ଜୁନ ପହିଲାରୁ ପିଛିଲା ଭାବେ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ସଭାପତି ରଞ୍ଜନ କୁମାର ମଲିକ ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି। ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲାରେ ପ୍ଲାନେଟରିୟମ୍ ଓ ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ରାଷ୍ଟ୍ରପତି

Sunil Chandra Nayak

ରାମନବମୀ ପୂର୍ବରୁ ଆଲର୍ଟ: ଶାନ୍ତିଶୃଙ୍ଖଳା ପାଇଁ ପୋଲିସକୁ ସିଏମଙ୍କ କଡା ନିର୍ଦ୍ଦେଶ

Sunil Chandra Nayak

ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ଦ୍ଵିତୀୟ ଥର ପାଇଁ ଜନ୍ମ ମାଟିରେ ମହାମହିମ ରାଷ୍ଟ୍ରପତି

masiha

Leave a Comment

error: Content is protected !!