ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

ନୂଆପଡା ଜିଲ୍ଲା ସ୍ଥିତ କୋମନା ବ୍ଲକ ଅନ୍ତର୍ଗତ ଦରଲିପଡା, ମିଛାପାଲି, ଜଡାମୁଣ୍ଡା ଓ ସୁନାବେଡା ଗ୍ରାମ ପଞ୍ଚାୟତ ରେ ପାଞ୍ଚ ଗୋଟି ଝିଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ । ଚାରି ଗୋଟି ବିବାହ ଆସନ୍ତା ମାର୍ଚ ମାସରେ ରେ ହେବାକୁ ଥିବା ବେଳେ, ଅନ୍ୟଗୋଟି ଝିଅ ର ବିବାହ ପାଇଁ ଦେଖା ଦେଖି ଚାଲିଥିଲା । କିନ୍ତୁ ଝିଅ ର ବୟସ ହୋଇନଥିବା ଯୋଗୁ ଚାଇଲ୍ଡଲାଇନ ର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ପାଞ୍ଚ ଗୋଟି ଝିଅ ମାନଙ୍କ ର ବୟସ ୧୮ ବର୍ଷ ରୁ କମ । କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ର ମିଳିତ ଆନୁକୁଲ୍ୟ ରେ ବିବାହ ହେବାକୁ ଥିବା ଝିଅ ଘରକୁ ଯାଇ ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ ତତ୍ତ୍ଵାବଧାନତାରେ କାଉନ୍ସେଲର ହୋସନା ଅକ୍ତରୀ ଓ ସଦସ୍ୟ ମନସ୍ଵିନୀ ସାହୁ, ଡିଗେଶ୍ବରୀ ସାହୁ ଓ ଦିନେଶ ସାହୁ ଏବଂକୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ବିନୋଦିନୀ ଦାସ, ବିଲାସିନୀ ଶବର ଓ ଗୁରୁଲକ୍ଷ୍ମୀ ନାଏକ ଏବଂ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ବିବାହ ହେବାକୁ ଥିବା ଝିଅ ପକ୍ଷ ର ଘର ପ୍ରାଙ୍ଗଣରେ ବସି ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତ ରେ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହର ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରଯାଇଥିଲା । ସଚେତନ କଲାପରେ ବାଲ୍ୟ ବିବାହ କୁ ଅଟକା ଯାଇଥିଲା । ଯେତେ ଦିନ ପର୍ଯ୍ୟନ୍ତ ଉକ୍ତ ପାଞ୍ଚ ଗୋଟି ଝିଅ ଙ୍କ ୧୮ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ବିବାହ କରାଇ ପରିବେନାହିଁ ବୋଲି ଉପସ୍ଥିତ ପରିବାର ଲୋକ ସହମତି ପ୍ରଦାନ କରିଥିବା ବେଳେ ସୀକୃତିନାମରେ ସ୍ବାକ୍ଷର କରିଛନ୍ତି । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି। ଉକ୍ତ ପାଞ୍ଚ ଗୋଟି ଝିଅ ଙ୍କୁ ଶିଶୁମଙ୍ଗଳ ସମିତି ସଭ୍ୟ କୁମୁଦ କୁମାର ହୋତା ଓ ଅଶ୍ବନୀ ପାତ୍ର ଙ୍କ ନିକଟରେ ହଜାର କରାଯାଇଛି ।

ଏହି ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ନୂଆପଡା ଚାଇଲ୍ଡ ଲାଇନ ର କେନ୍ଦ୍ର ସଂଯୋଜକ ମୁକେଶ କୁମାର ଯୋଶୀ, କାଉନ୍ସେଲର ହୋସନା ଅକ୍ତରୀ, ସଦସ୍ୟ ମନସ୍ଵିନୀ ସାହୁ ଏବଂ କୋମନା ସମନିତ ଶିଶୁ ବିକାଶ ପ୍ରକଳ୍ପ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ବିମଳିନୀ ପ୍ରଧାନ ଓ ମଣ୍ଡଳ ପରିଦର୍ଶିକା ବିମଳିନୀ ଦାସ , ବିଲାସିନୀ ଶବର ଓ ଗୁରୁଲକ୍ଷ୍ମୀ ନାଏକ ଏବଂ ଉପସ୍ଥିତ ଭଦ୍ର ବ୍ୟକ୍ତି, ଅଙ୍ଗନବାଡି କର୍ମୀ ଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।

Related posts

ନକଟିକାନୀ ଗ୍ରାମପଞ୍ଚାୟତ ରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଗଞ୍ଜେଇ ଜବତ ,୩ ଜଣ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!