ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସିହା ପ୍ରଭାବ –  ସିନ୍ଦ୍ରମାଝୀର ଘରକୁ ଆସି ଆଧାର କାର୍ଡ ସଂଯୋଗ କଲେ

ଗୋଳାମୁଣ୍ଡା/୧୮/୩/ମସିହା/ ଦୃଷ୍ଟି ହୀନ ମହିଳା ସିନ୍ଦ୍ରମାଝୀର ଆଧାର କାର୍ଡ ନ ହେବାରୁ ଆଠ ବର୍ଷ ହେଉଛି ଭତ୍ତା  ପାଇବାରେ ବିଫଳ ହୋଇଛନ୍ତି,ବୋଲି ଗତ କିଛି ଦିନ ତଳେ ମସିହା ରେ ପ୍ରକାଶ ହୋଇ ଥିବାରୁ ଜିଲ୍ଲା ପ୍ରଶାସନ ବିଶ୍ୱରଂଜନ ଗଢେଇ ପକ୍ଷରୁ ଗୋଳାମୁଣ୍ଡା ବ୍ଲକ ଆଧାର କାର୍ଡ ସୁପରଭାଇଜର ଶିବ ପ୍ରସାଦ ରାଉତ  ଆଜି ପଦ୍ମପୁର ଗ୍ରାମକୁ ଆସି ବୃଦ୍ଧା ଦୃଷ୍ଟି ହୀନ ସିନ୍ଦ୍ର ମାଝୀ(୮୬)ସ୍ୱାମୀ ଭୀମ ମାଝୀ, ମହିଳାର ଆଧାର କାର୍ଡ ତିଆରି କରିବା ସକାଶେ ତାଙ୍କ ଘରକୁ ଆସି ସଂଯୋଗ କରିଥିଲେ,ତତ ସହିତ ପୁଟିଆ ଚୁରା ଗ୍ରାମର ୮୨ବର୍ଷର ବୃଦ୍ଧା ପାଟ ସୁନାନୀଙ୍କର ମଧ୍ୟ ଆଧାର କାର୍ଡ ନ ଥିବାରୁ ତିନିମାସ ହେଉଛି ଭତା ପାଇ ନ ଥିବାରୁ ତାଙ୍କର ମଧ୍ୟ ଆଧାର କାର୍ଡ ସଂଯୋଗ କରିବା ପାଇଁ ଚେଷ୍ଟା କରି ଥିଲେ ହେଲେ ଦୁର୍ଭାଗ୍ୟ ବଶତଃ ଲାଇନ ଚାଲି ଯିବାରୁ କାର୍ଯ୍ୟ ବ୍ୟାଘାତ ହୋଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ଗଣମାଧ୍ୟମ ପ୍ରତିନିଧି ରାମକୁମାର ସେନାପତି ଙ୍କସହଯୋଗ ରେ ହୋଇ ଥିବାରୁ ଗ୍ରାମର ଗୋକୁଳ ମାଝୀ, ବିରଞ୍ଚି ମାଝୀ, ଭୁବନେଶ୍ୱର ସେନାପତି,ଅର୍ଜ୍ଜନ ଦଳପତି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସେନାପତି ଙ୍କୁ ଧନ୍ୟବାଦ ଦେଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ

masiha

ଗରିବ ନିରୀହ ହିତାଧିକାରୀଙ୍କୁ ଟାର୍ଗେଟ ।  ଆବାସ ଘର ନିର୍ମାଣ କରି ଦେବି କହି ଟଙ୍କା ଉଠାଇ ଯୁବକ ଫେରାର 

masiha

ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

masiha

Leave a Comment

error: Content is protected !!