ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଇରି ଦଶଦୋଳ ଉତ୍ସବ ରେ ଗଣନାଥ ଗୋଷ୍ଠୀ ର ସାମାଜିକ କାର୍ଯ୍ୟକ୍ରମ !!!

ନଇରି:- ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାର ନଇରି ଦଶ ଦୋଳ ଯାତ୍ରାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗଣନାଥ ଗୋଷ୍ଠୀ ର ନଈରି ଶାଖା ର ସଦସ୍ୟ ଙ୍କ ତରଫ ରୁ ଏକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦହିପଣା ବଣ୍ଟନ ସହିତ ଉତ୍ସବ କୁ ଆସୁଥିବା ଜନ ସାଧାରଣ ଙ୍କ ପାଇଁ ଏକ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଗୋଷ୍ଠୀ ସଭାପତି ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ଙ୍କ ଆବାହକତ୍ୱରେ ତଥା ଗୋଷ୍ଠୀ ର ନଈରି ଶାଖା ର ସମ୍ପାଦକ ସୋନମ୍ ସାହୁ ଙ୍କ ନେତୃତ୍ଵ ରେ ଗୋଷ୍ଠୀର ବିଭିନ୍ନ ଶାଖା ର ସଦସ୍ୟ ଙ୍କ ମିଳିତ ସହଯୋଗ ରେ ଏହା ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟ ପାଇଁ ନଇରି ଦଶ ଦୋଳ କମିଟି ସଦସ୍ୟ ଙ୍କ ସହିତ ଉତ୍ସବ କୁ ଆସୁଥିବା ବିଭିନ୍ନ ଜନ ସାଧାରଣ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ରାଜ କିଶୋର ସାହୁ , ଜଳନ୍ଧର ବେହେରା , ଶୁଭମ୍ ସ୍ୱାଇଁ , ଶୁଭମ୍ ତ୍ରିପାଠୀ,ଆଶାତୀତ ସାହୁ , ସୋନମ୍ ସାହୁ ଏବଂ ଗୋଷ୍ଠୀର ନାଚୁଣୀ ଶାଖାର ସମ୍ପାଦକ ବାଦଲ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ ।

ନଇରି ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ଯାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

masiha

ବୁକ୍ସ ଏଣ୍ଡ ବୁକ୍ସ ଓ ବିଶ୍ଵନାରାୟଣ ମେମୋରିଆଲ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକବିଂଶତମ ରାଜ୍ଯସ୍ତରୀୟ ବାର୍ଷିକ ପ୍ରତିଭା ଅନ୍ଵେଷଣ ଉତ୍କର୍ଷ ଓ ପ୍ରାରବ୍ଧ ଉତ୍ସବ -୨୦୨୪/୨୫ ଅନୁଷ୍ଠିତ 

masiha

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ଏସ ଆଇ ଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସି ପି ଆଇ ଏମ୍ ର ସ୍ମାରକପତ୍ର ପ୍ରଦାନ

masiha

Leave a Comment

error: Content is protected !!