ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୪ ତମ ଆଦିବାସୀ କାର୍ଯକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

ବଲିଗୁଡା,(ମନିସ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ଏକ ୨୦ ଜଣିଆ ଦଳ ମଧ୍ୟପ୍ରଦେଶର ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଅବସର ରେ ବାଲିଗୁଡା ଟାଉନ ହଲ୍ ସଭାଗୃହ ଠାରେ ଏକ ଆଦିବାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ଉପ ଜିଲ୍ଲାପାଳ ଏମ.ଏସ. ମଧୁମିତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବାଲିଗୁଡା ରେ ଅବସ୍ଥାପିତ ୧୨୭ ସିଆରପିଏଫର କମାଡେଣ୍ଟ ଆନନ୍ଦ ଝା , ଦ୍ୱିତୀୟ କମାଣ୍ଡ ଅଧିକାରୀ ମାଉଲି ମୋହନ କୁମାର, ଅଜିତ ବାବୁ ସି, ବିପିନ କୁମାର୍, କୁମାର୍ ରାଘଭେନ୍ଦ୍ର, ଡ. ରାହୁଲ ଏବଂ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ନଭନିତ କୁମାର, ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ସେଶ୍ରାଗାଁ ଓ ଚଙ୍ଗା ପଦର ଗ୍ରାମର ଶ୍ରେଷ୍ଠ ୨୦ ଜଣ ଆଦିବାସୀ ଭାଇ ଭଉଣୀ ମାନେ ଇନ୍ଦୋର ଯାତ୍ରା କରିଛନ୍ତି l ତାଙ୍କ ସହ ଏସକଟ ଭାବରେ ବାଲିଗୁଡା ସିଆରପିଏଫରୁ ଲିଲି ଭୋଇ ଓ ସମିରନ୍ ପୋଠକ ଯାଉଛନ୍ତି l ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୦ ତାରିଖରୁ ୨୬ ତାରିଖ ଦୀର୍ଘ ୬ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ମାନଙ୍କର ପରିଚୟ ସହ ସ୍ଵାଗତ ପ୍ରଦାନ କରିଥିବା ବେଳେ ବାଲିଗୁଡା ସିଆରପିଏଫ ର ଦ୍ୱିତୀୟ କମାଡେଣ୍ଟ ମାଉଲି ମୋହନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ପୂର୍ବତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

masiha

ଏମ ବି କେ ମାନଙ୍କ ଧାରଣା ଓ ଇ ସି ସଦସ୍ୟା ଙ୍କ ଦାବିପତ୍ର ପ୍ରଦାନ 

Sunil Chandra Nayak

ଖଡିଆଳ ରେ ରାଷ୍ଟ୍ରୀୟ ଲୋକଅଦାଳତ

Sunil Chandra Nayak

Leave a Comment

error: Content is protected !!