ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣିତ ପ୍ରଶିକ୍ଷଣ ଶିବିର ପରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଗଣିତ ପ୍ରଶିକ୍ଷଣ ଶିବିର ପରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନବରଙ୍ଗପୁର:(୩୧|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲପୁର ଗ୍ରାମ ପଞ୍ଚାୟତ ର ମୈଦଲପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନିଆ ଗଣିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗଣିତ ପ୍ରଶିକ୍ଷଣ ଶିବିରର ତତ୍ବାବଧାରକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ନାୟକ ଓ ପ୍ରଶିକ୍ଷଣ ଶିବିର ତତ୍ବାବଧାରକ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଵାଵୁଲାଲ ହରିଜନ ଙ୍କ ସହଯୋଗରେ ଆରପି ଧରଣୀ କର୍ମଲା, ସରୋଜ ପାଣିଗ୍ରାହୀ, ପ୍ରଭାତ କିଶୋର ପ୍ରଧାନ, ପ୍ରଭାକର ପଟ୍ଟନାୟକ ଙ୍କ ସହଯୋଗ ରେ ଗଣିତ ଶିକ୍ଷାଦାନ ର ବିଭିନ୍ନ ଉପାୟ , ଗଣିତ କଳିକା କିଟର ବ୍ୟବହାର,ସିଆର ପଦ୍ଧତି ସହ ଜାତୀୟ ଶିକ୍ଷା ନୀତି ର ନୂତନ ପଦ୍ଧତି ରେ ପିଲାମାନଙ୍କୁ ସଫଳତା ର ଶିକ୍ଷା ଗ୍ରହଣ ପାଇଁ ଦୁଇ ଦିନିଆ ଗଣିତ ପ୍ରଶିକ୍ଷଣ ଶିବିର ଶିକ୍ଷକ ଙ୍କ ମନରେ ନୂତନ ଭାଵନା ଉଦ୍ରେକ ହୋଇଥିଲା। ଆଗାମୀ ଦିନରେ ଶିକ୍ଷକ ମାନଙ୍କ ତରଫରୁ ପିଲାମାନଙ୍କୁ ଗଣିତ ଶିକ୍ଷାଦାନ ରେ ଉତ୍କର୍ଷ ଆଣିପାରିବେ । ଆଜି ଦିବସରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ବିପିନ ବିହାରୀ ମାଣ୍ଡୋଇ ସାରଙ୍କ ଅବସର ଦିବସ ରେ ମଧ୍ୟ ଟ୍ରେନିଂ ରେ ଯୋଗଦାନ କରିଥିଲେ। ଅବସର ଦିବସ ରେ ପାପଡାହାଣ୍ଡି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଦର୍ଶନ ମାଝୀ ,ସମ୍ପାଦକ ରତୀକାନ୍ତ ପଣ୍ଡା , ଟ୍ରେନିଂ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଶିକ୍ଷକ ଙ୍କ ତରଫରୁ ଓ ଗଣିତ ପ୍ରଶିକ୍ଷଣ ଶିବିର ର ତତ୍ବାବଧାରକ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ଙ୍କ ତରଫରୁ ପୁଷ୍ପ ଗୁଛ ଓ ଭଗବତ ଗୀତା ପ୍ରଦାନ କରିଥିଲେ ।ଅବସର ପର ଜୀବନ ସୁଖମୟ ପାଇଁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପୟରରେ ହୃଦୟରୁ ଶତକୋଟି ପ୍ରଣାମ ସହ ସମସ୍ତ ଶିକ୍ଷକ ଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ର ଶୁଭେଚ୍ଛା ଜଣାଇଥିଲେ। ଗଣିତ ପ୍ରଶିକ୍ଷଣ ଶିବିର ର ତତ୍ବାବଧାରକ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ଙ୍କ ତରଫରୁ ସମସ୍ତକୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମକ୍ରାଗୁଡାରେ ପାଣି ପାଇଁ ରାସ୍ତା ଅବରୋଧ 

Sunil Chandra Nayak

କଳାହାଣ୍ଡି ରେ 5G !  ପେରମଞ୍ଜି, ରାଣୀଡୁମେର, ସିରମସ୍କା,ଓ ଗୋପାଳପୁର ଠାରେ 5G ଟାଓ୍ବାର ଉଦଘାଟନ

Sunil Chandra Nayak

ଧର୍ମଗଡ ବ୍ଲକ ବେହେରା ଠାରେ ଦୀର୍ଘ ୩୦ବର୍ଷ ପରେ ବଞ୍ଜରା ସମାଜର କୁସୁମି ଲକଡି ପର୍ବ ପାଳିତ

masiha

Leave a Comment

error: Content is protected !!