ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିଗଙ୍ଗାମା ପୂଜାରେ ଠକର ଅଭିନବ ଉପାୟ ରେ ଭିକ୍ଷାବୃତି କରି ରୋଜଗାର

ବନ୍ଧୁଗାଁ ତା,୧୯/୩/୨୩// କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ନିଲା ବାଡ଼ି ଗ୍ରାମ ଠାରେ ଧାତ୍ରୀ ମା ଅଗ୍ନିଗଙ୍ଗା ମାଙ୍କ ଠାକୁରାଣୀ ଘଟ ଯାତରା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ନାମରେ ନାମିତ ହୋଇଅଛି ଏହି ଯାତ୍ରା ନଅ ଦିନ ଧରି ଚାଲିଥାଏ I ଏହି ଯାତ୍ରାରେ ଦେଖିବାକୁ ମିଳିଛି ଜଣେ ସକ୍ଷମ ବ୍ୟକ୍ତି ହୋଇ ମଧ୍ୟ ଅକ୍ଷମ ରୂପରେ ଲୋକଙ୍କୁ ଠକାମୀ କରି ହାତରେ ଓ ଗୋଡ଼ରେ ଘା ହୋଇଥିବାର ଡୁପ୍ଲିକେଟ ପ୍ଳାଷ୍ଟିକ ରୋବର  ବ୍ୟବହାର କରି ଲୋକଙ୍କୁ ଭୁଆଁ ବୁଲେଇ ପାଞ୍ଚଦିନ ଯାକ ଅକ୍ଷମ ଅବସ୍ଥାରେ ରାସ୍ତାରେ ପଡିଥିଲା I ରାସ୍ତାରେ ପଡି ରହିଥିବାର ଦେଖି ଲୋକେ କିଏ ତ ଦଶ ଟଙ୍କା ଓ କିଏ ତ କୋଡିଏ ଟଙ୍କା ଲେଖାଏଁ ପକାଉଥିଲେ I ଏପରି ପାଞ୍ଚ ଦିନରେ ଲକ୍ଷ ଲକ୍ଷ ଟଙ୍କା କମାଇବାର ଉପାୟ କରିଥିଲେ I ଏପରିକି ମେଲା, ଯାତ୍ରା ଓ ଅନ୍ୟାନ୍ୟ ପର୍ବ ପର୍ବାଣୀ ମାନଙ୍କରେ ଆପଣ ମାନେ ଏପରି ଅକ୍ଷମ କିମ୍ଭା ରୋଗୀଙ୍କୁ ଭିକ୍ଷା ବୃତ୍ତି କରିଥିବାର ଦେଖିବାକୁ ମିଳିଥାନ୍ତି, ଏପରି ମନ୍ଦିର ମାନଙ୍କରେ କିମ୍ବା ଯାତ୍ରା, ମେଳାରେ ଭିକ ମାଗିବାର ନିହାତି ଦେଖିଥିବେ I ଏପରିକି ଭିକାରୀ ମାନଙ୍କୁ କିଛି ଟଙ୍କା ପଇସା ସହ କିଛି ଖାଦ୍ୟ ମଧ୍ୟ ପ୍ରଦାନ କରିଥିବେ । ସାଧାରଣତଃ ଶାରିରୀକ ଅକ୍ଷମ ବ୍ୟକ୍ତି କିମ୍ବା ରୋଗାଗ୍ରସ୍ତ ଲୋକେ ଭିକ ମାଗିବାରେ ଆମେ ଦେଖିଥାଉ I ବର୍ତମାନ କିଛି ଶାରୀରିକ ଅକ୍ଷମ ବ୍ୟକ୍ତି ମଧ୍ୟ କାମ କରିକି ପେଟ ପୋଷିବା ସହ ପରିବାର ଭରଣ ପୋଷଣ କରୁଛନ୍ତି କିନ୍ତୁ ବର୍ତମାନ ଜଣେ ଶାରିରିକ ସକ୍ଷମ ଯୁବକ ଲକ୍ଷାଧିକ ଭକ୍ତ ଙ୍କ ଭିତରେ ମଝିରାସ୍ତାରେ ଶୋଇ ଲୋକଙ୍କୁ ଭୁଆଁ ବୁଲାଇ କିପରି ଭିକ ମାଗୁଛନ୍ତି ତାହା ଆପଣ ନିଯେ ନଦେଖିଲେ ଆଖିରେ ବିଶ୍ବାସ କରିପାରବେ ନାହିଁ,କିନ୍ତୁ ବିପିନ୍ ନାମକ ଜଣେ ବ୍ୟକ୍ତି ଏପରି କରିଥିବାର ସମାଜ ପାଇଁ କେତେଦୂର ନିନ୍ଦନୀୟ ଅଟେ ବୋଲି ସାଧାରଣରେ ଏକ ପ୍ରଶ୍ନ I କୋରାପୁଟ ଜିଲ୍ଲାର ପ୍ରସିଦ୍ଦ ଅଗ୍ନିଗଙ୍ଗା ମା ଏହି ଯାତ୍ରା ଦୋଳ ପୁର୍ଣିମା ସପ୍ତାହରେ ହୁଏ ବୋଲି ପ୍ରାୟ ସମସ୍ତେ ଜାଣିଥିବାରୁ ରାଜ୍ୟ ବାହାରୁ ମଧ୍ୟ ଅନେକ ବ୍ୟବସାୟୀ ଟଙ୍କା ରୋଜଗାର କରିବାକୁ ଆସିଥାନ୍ତି I ଭକ୍ତଙ୍କ ଠାରୁ ଦିପଇସା ପାଇବା ଆଶାରେ ଦୁରଦୁରାନ୍ତର ରୁ ଭିକାରି ମାନେ ମଧ୍ୟ ଏଠାରେ ଆସି ଦିନରାତି ମନ୍ଦିର ସାମନ୍ନା ଲୋକଙ୍କ ଭିଡ଼ ସ୍ଥାନରେ ଓ ଅନ୍ୟାନ୍ୟ ସ୍ଥାନରେ ବସି ଭିକ୍ଷା ମାଗିଥାନ୍ତି I ସାଧାରଣତଃ ଶାରିରୀକ ଅକ୍ଷମ ବ୍ୟକ୍ତି ଭିକ୍ଷା ବୃତି କରୁଥିବା ବେଳେ ଯାତ୍ରାର ଗହଳି ମଧ୍ୟରେ ହଜାର ହଜାର ଲୋକଙ୍କ ଆଖିରେ ଧୂଳିଦେଇ ଜଣେ ଯୁବକ ଏକ ଅଭିନୟ ଉପାୟରେ ଭିକ୍ଷା ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ସ୍ତିତିରେ ବିପିନ ମାଣ୍ଡିଙ୍ଗ ଓ ତାଙ୍କ ସାଥି ମନା କରିବା ସତ୍ବେ ମଧ୍ୟ ଅନେକ ଲୋକ ସେହି ଯୁବକକୁ ଦେଖି ୧୦ ଟଙ୍କା ୨୦ ଟଙ୍କା ଦେଇକି ଚାଲିଯାଉଥିଲେ I ଏମିତିରେ ସେ ପ୍ରାୟ ୫ଦିନ ଭିକମାଗି ସାରିଥିବା ବେଳେ ଶେଷରେ ଧରାପଡିଥିଲା । ମାନିବାକୁ ପଡିବ ସେହି ଶାରିରିକ ସକ୍ଷମ ଥିବା ଯୁବକଙ୍କୁ  କିଛି ଯୁବକ ବିରୋଧ କରିବା ସତ୍ବେ ମଧ୍ୟ ଉଠିକି ଚାଲିଯାଇନଥିଲା I ଶେଷରେ ଏକ ବାଡି ମାଧ୍ୟମରେ ନକଲି ଘା ଉପରେ ଯେତେବେଳେ ଗେଞ୍ଜିବାକୁ ଆରମ୍ଭ କଲେ ଯୁବକ ଜଣକ ଦୌଡିକି ଚାଲି ଯାଇଥିବାର ଦେଖିଥିବାକୁ ମିଳିଥିଲା । ଆଜିକାଲି ପ୍ରାୟତଃ ସମସ୍ତ ଜିନିଷ ପତ୍ର ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ,ଔଷଧ ଡୁପ୍ଲିକେଟ୍ (ନକଲି)ବାହାରୁଥିବା ବେଳେ ନକଲି ଘା ବାହାର କରି ହଜାର ହଜାର ଲୋକଙ୍କୁ ଚକମା ଦେଇ ଭିକ ଆକାରରେ ଟଙ୍କା ମାଗୁଥିବା ଘଟଣା ବନ୍ଧୁଗାଁ ବ୍ଲକରେ ଜାଣି ଲୋକେ ଚିନ୍ତିତ ସହ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଅଘୋଷିତ କବିତା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ

masiha

ମୋଟେର ଛକରେ କୋକସରା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଧର୍ମଘଟ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!