ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସିଲା ଟ୍ରକ୍, ଚାଳକ ଗୁରୁତର

ଲାଞ୍ଜିଗଡ଼,୧୯/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରୁ ମୁଷାନାଳକୁ ସଂଯୋଗ କରୁଥିବା ରାସ୍ତା ହାତୀଶାଳ ଘାଟିରେ ଘଟିଛି ଏକ ଟ୍ରକ ଦୁର୍ଘଟଣା ! ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ସାର ବୋଝେଇ କରି ବିଶ୍ବନାଥପୁର ପଟେ ଫେରୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକଟି ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସି ପଡ଼ିଛି ! ଏଥିରେ ଟ୍ରକଟି ଚୂରମାର ହୋଇଯାଇଥିବାବେଳେ ଡ୍ରାଇଭର ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି ! ଦୁର୍ଘଟଣା ସଂପର୍କରେ ଖବର ପାଇ ବିଶ୍ବନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

masiha

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପୁନଃର୍ଗଠିତ

Sunil Chandra Nayak

Leave a Comment

error: Content is protected !!