ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର(ମସିହା) : ନବରଙ୍ଗପୁର ସହର ସ୍ଥାନୀୟ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ବ୍ରାହ୍ମଣ ସମାଜର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ବ କରିଥିଲେ । ଜିଲ୍ଲା ସଂପାଦକ ଶ୍ରୀ ମୃତଞୟ ଦାଶ ଗତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହା ସହିତ ସାଂଗଠନିକ ସଂପାଦକ ଶ୍ରୀ ଗଣେଶ ଦାସ ସମାଜର ଉନ୍ନତି ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ କୋଷାଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ଓ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଞ୍ଚାସୀନଥିଲେ । ନବରଙ୍ଗପୁର ବ୍ଲକ ରୁ ଶ୍ରୀ ପଞ୍ଚାନନ ତ୍ରିପାଠୀ ,କୋଷାଗୁମୁଡ଼ା ବ୍ଳକରୁ ଶ୍ରୀ କୈଳାସ ପାଣିଗ୍ରାହୀ, ତେନ୍ତୁଳିଖୁଣ୍ଟି ବ୍ଲକରୁ ରମଣୀ ରଞ୍ଜନ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଳକ ରୁ ଶିବପ୍ରସାଦ ପାଢ଼ୀ, ଡାବୁଗାଁ ବ୍ଲକ ରୁ କୃଷ୍ଣ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଶ୍ରୀ ଝାଡେଶ୍ବର ଖାଡ଼ଙ୍ଗା,ରଘୁନାଥ ପାଢୀ ,ଡକ୍ଟର ବିଜୟ ମିଶ୍ର , ପ୍ରମୋଦ ଚନ୍ଦ୍ର ତ୍ରିପାଠୀ, ଗୁପ୍ତ ଶଙ୍କର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସମାଜର ସଂଗଠନକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନେବାକୁ ଆହ୍ବାନ କରିଥିଲେ । ଆଗାମୀ ଶ୍ରୀଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଏପ୍ରିଲ ୨୫ ତାରିଖରେ ବ୍ରାହ୍ମଣ ସମାଜ ତରଫରୁ ଏକ ଗାୟତ୍ରୀ ମହାଯଜ୍ଞ କାର୍ଯକ୍ରମ ଆୟୋଜିତ ପାଈଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଶାଙ୍କ ଶେଖର ତ୍ରିପାଠୀ, ପ୍ରମୋଦ କୁମାର ଦାସ, ଗୋପାଳ ମିଶ୍ର, ପ୍ରମୋଦ ରଥ,ସୁମତ ପାଳ, ଦୁର୍ଗା ବାହିନୀର ରେଣୁକା ଆଚାର୍ଯ୍ଯ, ମିନାକ୍ଷୀ ପାଢୀ,ସୁଷମା ତ୍ରିପାଠୀ, ହରିହର ମିଶ୍ର, ବୃନ୍ଦାବନ ତ୍ରିପାଠୀ, ଶିବ ପ୍ରସାଦ ଖାଡ଼ଙ୍ଗା,ବସନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପ୍ରଧାନମନ୍ତ୍ରୀ ବିଶ୍ୱ କର୍ମା ତାଲିମ କେନ୍ଦ୍ର ଉଦଘାଟିତ 

masiha

କଥା ଦେଇଥିଲେ କଥା ରଖିଲେ ୫ ଟି ସଚିବ ଭି କେ ପାଣ୍ଡିଆନ! ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟାକୁ ସରକାରଙ୍କ ସ୍ଵିକୃତି

Sunil Chandra Nayak

ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ , ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା

Leave a Comment

error: Content is protected !!