ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପାଇଁ ଗୌରବ ଆଣିଲେ ଦୁଇ ଏନସିସି କ୍ୟାଡେଟ 

ରାଇରଙ୍ଗପୁର ପାଇଁ ଗୌରବ ଆଣିଲେ ଦୁଇ ଏନସିସି କ୍ୟାଡେଟ 

ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରେ ଭାଗ ନେବେ ରାଇରଙ୍ଗପୁର ମହାବିଦ୍ୟାଳୟର ଦୁଇ ଏନସିସି ଛାତ୍ରଛାତ୍ରୀ

 ମୟୂରଭଞ୍ଜ ୧୯ /୧ ( ମସିହା):  ପ୍ରତିଭା ଏବଂ ଦକ୍ଷତା ଥିଲେ ସଫଳତା ଆପେ ଆପେ ପାଦ ଛୁଏଁ l ନିଜର କଠିନ ପରିଶ୍ରମ ଆଉ ଗୁରୁଜଣଙ୍କ ଆଶୀର୍ବାଦ ରହିଲେ ନିଶ୍ଚୟ ଜଣେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ l ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ୨ ଏନସିସି କ୍ୟାଡେଟ l ଆସନ୍ତା ଜାନୁଆରୀ ୨୬ ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତର ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରେ ରାଇରଙ୍ଗପୁର ମହାବିଦ୍ୟାଳୟର ୨ ଏନସିସି କ୍ୟାଡେଟ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି l ଏହା ମୟୁରଭଞ୍ଜ ଜିଲ୍ଲା ପାଇଁ ଗର୍ବ ର ବିଷୟ ବୋଲି ରାଇରଙ୍ଗପୁର ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି l ଓଡିଶା ରୁ ମୋଟ ୧୨୨ ଜଣ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି ) କ୍ୟାଡେଟ୍ସ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେବାକୁ ଚୟନ ହୋଇଛନ୍ତି l ସେଥି ମଧ୍ୟରୁ ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ କ୍ୟାଡେଟ – ସୁଭଦ୍ରା ମହାନ୍ତ ଅଲ ଇଣ୍ଡିଆ କର୍ତ୍ତବ୍ୟ ପଥ କଣ୍ଟିଜେଣ୍ଟ ରେ ଚୟନ ହୋଇଛନ୍ତି ଏବଂ ଚଳିତ ବର୍ଷ ଜାନୁଆରୀ ୨୬ ରେ ଦିଲ୍ଲୀର କର୍ତ୍ତଵ୍ୟପଥରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବେ l ସେହିପରି ଯୁକ୍ତ ୩ ତୃତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ସିନିଅର ଆଣ୍ଡାର ଅଫିସର -ପ୍ରତୀକ ମହାନ୍ତ ଆସନ୍ତା ୨୭ ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ଶୋଭାଯାତ୍ରା ପ୍ୟାରେଡରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି l କ୍ୟାଡେଟେସ ମାନେ ପ୍ରଥମେ ବାଟାଲିୟନ ସ୍ତରରୁ ଚୟନ ହୋଇ ଗ୍ରୁପରେ ଚୟନ ହୋଇଥଲେ l ପରବର୍ତ୍ତୀ ପଯୟରେ ସେମାନଙ୍କର ପ୍ରଶିକ୍ଷଣ ଭୁବନେଶ୍ୱରର ସି. ଅର. ପି. ଏଫ କ୍ୟାମ୍ପସ ଠାରେ ପ୍ରଶିକ୍ଷକମାନେ ସେମାନଙ୍କୁ ଡ୍ରିଲର ତାଲିମ ଦେଉଥିଲେ l କ୍ୟାଡେଟ୍ସ ମାନେ ନିଷ୍ଠାର ସହିତ କଠିନ ପରିଶ୍ରମ କରି ଓଡିଶା ନିର୍ଦ୍ଧେଶାଳୟରୁ ଚୟନ ହୋଇ ଚଳିତ ଏନସିସି ଗଣତନ୍ତ୍ର ଦିବସ କ୍ୟାମ୍ପ (ଆରଡିସି-୨0୨୪) ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି l କ୍ୟାଡେଟ ମାନଙ୍କର ସଫଳତା ପାଇଁ ୧୪ ଓଡିଶା ବାଟାଲିୟନ ଏନସିସି କେନ୍ଦୁଝରର କମାଣ୍ଡିଂ ଅଫିସର କର୍ଣ୍ଣଲ ଏମ ଚନ୍ଦ୍ରଶେଖର ରାଓ ଏବଂ ବାଟାଲିୟନର ସମସ୍ତ କର୍ମଚାରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସେମାନଙ୍କର ସଫଳତା ପାଇଁ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶୀଯୁକ୍ତ ତ୍ରିଲୋଚନ ଚକ୍ର, ଏନସିସି ଅଧିକାରୀ ଲେଫ୍ଟେନାଣ୍ଟ ଚନ୍ଦ୍ରକାନ୍ତ ମହାନ୍ତ ଓ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କ ପ୍ରେରଣାର ଉତ୍ସ ବୋଲି କହିଛନ୍ତି l ମହାବିଦ୍ୟାଳୟର ଅନ୍ୟ ସମସ୍ତ ଏନସିସି ସାଥି କ୍ୟାଡେଟ୍ସ ଓ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମହିମା ମନ୍ଦିର ଟ୍ରେଞ୍ଚ ନିର୍ମାଣ କରିବାକୁ କହି ଟଙ୍କା ଆତ୍ମସାତ

masiha

କର୍ମବୀର,ସ୍ଵାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତିଙ୍କ ୬୩ ତମ ମହାପ୍ରୟାଣ ଦିବସରେ ସ୍ମୃତି ସଭା

masiha

ଖଟରୁ ଗଳି ପଡି ଯୁବକର ମୃତ୍ୟୁ; କାରଣ ଅସ୍ପଷ୍ଟ

Leave a Comment

error: Content is protected !!