ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସିଆରପିଏଫର କୁମ୍ବିଂ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ: ପଚରାଉଚରା ଜାରୀ 

ବାଲିଗୁଡା,19/03.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ ବାଟାଲିୟନ ଯବାନ ଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି | ଜବତ ସାମଗ୍ରୀ ମଧ୍ୟରେ ୪ଦେଶୀବନ୍ଧୁକ,୩ ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି, ଓ ୨ଟି ମୋବାଇଲ ଫୋନ ଜବତ ହୋଇଥିବା ଦେଖିବାକୁ ମିଳିଛି | ସିଆରପିଏଫ ସୂଚନାନୁଯାଇ କୋଟଗଡ ସିଆରପିଏଫ ଯବାନ ମାନେ ନିଜର ଦୈନିକ ରୁଟିନ ଅନୁଯାଇ ମାଦାଗୁଡା ପଂଚାୟତ ର ଜରିଘାଟି ଗାଁ ନିକଟରେ କୁମ୍ବିଙ୍ଗ କରିବା ବେଳେ ସନ୍ଦେହଜନକ ଅବସ୍ଥାରେ ବନ୍ଧୁକ ସହ କିଛି ଲୋକ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ, ଫଳରେ ସିଆରପିଏଫ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ବହୁ ସାମଗ୍ରୀ ଜବତ କରାଯାଇଛି l ଏହି ୧୧ଜଣ ବ୍ୟକ୍ତି ମାନେ କିଏ ଓ କଣ ପାଇଁ ସେମାନେ ଏତେ ଗୁଡିଏ ସାମଗ୍ରୀ ପାଖରେ କାହିଁକି ରଖିଥିଲେ ? ସେମାନଙ୍କ ସହ ସେମିତି କିଛି ମାଓ ଗତିବିଧି ଲିଙ୍କ ରହିଛି କି ତାର ସମ୍ପୂର୍ଣ୍ଣ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଗୋଟିଏ ରାତ୍ରୀରେ ରାଇରଙ୍ଗପୁର ଟାଉନ ଥାନା ଅଂଚଳରୁ ଵୋଲେରୋ ଏବଂ ଗ୍ରାମାଞ୍ଚଳ ଥାନା ଅଂଚଳରୁ ଟ୍ରାକ୍ଟର ଚୋରୀ ; ପୋଲିସ ଚିନ୍ତାରେ 

masiha

ଲୋନ ଦେବା ନାମରେ ଏକାଉଣ୍ଟ ଖୋଲି ଗ୍ରାହକଙ୍କ ଅଜଣାତରେ ଲକ୍ଷାଧିକ ଟଙ୍କାର କାରବାର | ଥାନାର ଦ୍ବାରସ୍ଥ ହେଲେ ଗ୍ରାହକ, ଆଇଟିର ନୋଟିସ ଆଶଙ୍କା ନେଇ ଆତଙ୍କିତ 

masiha

ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର 

masiha

Leave a Comment

error: Content is protected !!