ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସିଆରପିଏଫର କୁମ୍ବିଂ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ: ପଚରାଉଚରା ଜାରୀ 

ବାଲିଗୁଡା,19/03.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ ବାଟାଲିୟନ ଯବାନ ଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି | ଜବତ ସାମଗ୍ରୀ ମଧ୍ୟରେ ୪ଦେଶୀବନ୍ଧୁକ,୩ ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି, ଓ ୨ଟି ମୋବାଇଲ ଫୋନ ଜବତ ହୋଇଥିବା ଦେଖିବାକୁ ମିଳିଛି | ସିଆରପିଏଫ ସୂଚନାନୁଯାଇ କୋଟଗଡ ସିଆରପିଏଫ ଯବାନ ମାନେ ନିଜର ଦୈନିକ ରୁଟିନ ଅନୁଯାଇ ମାଦାଗୁଡା ପଂଚାୟତ ର ଜରିଘାଟି ଗାଁ ନିକଟରେ କୁମ୍ବିଙ୍ଗ କରିବା ବେଳେ ସନ୍ଦେହଜନକ ଅବସ୍ଥାରେ ବନ୍ଧୁକ ସହ କିଛି ଲୋକ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ, ଫଳରେ ସିଆରପିଏଫ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ବହୁ ସାମଗ୍ରୀ ଜବତ କରାଯାଇଛି l ଏହି ୧୧ଜଣ ବ୍ୟକ୍ତି ମାନେ କିଏ ଓ କଣ ପାଇଁ ସେମାନେ ଏତେ ଗୁଡିଏ ସାମଗ୍ରୀ ପାଖରେ କାହିଁକି ରଖିଥିଲେ ? ସେମାନଙ୍କ ସହ ସେମିତି କିଛି ମାଓ ଗତିବିଧି ଲିଙ୍କ ରହିଛି କି ତାର ସମ୍ପୂର୍ଣ୍ଣ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଅତିରିକ୍ତ ରାଜସ୍ଵ ନିରୀକ୍ଷକ

Sunil Chandra Nayak

ଟ୍ରେନ ଲାଇନରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ

Sunil Chandra Nayak

ଦିନ ଦିପହର ରେ ଡକାୟତି

Sunil Chandra Nayak

Leave a Comment

error: Content is protected !!