ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ ଉଦ୍ଘାଟିତ

ରାଉରକେଲା/ ସହରର ବିଶିଷ୍ଟ କଳା-ସାଂସ୍କୃତିକ ଅନୁଷ୍ଠାନ ‘ମ୍ୟୁଜିକ ସର୍କଲ’ ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ, ଅନୁଷ୍ଠାନ ଦ୍ଵାରା ପରିଚାଳିତ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ତଥା ସ୍ପ୍ରିଂ ଭେଲି ଶିଶୁ ବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଇଂ. ପ୍ରତାପ କୁମାର ରାୟ, ସଭାପତି ଇଂ. ଅଭୟ କୁମାର ଦାସ, ଉପଦେଷ୍ଟା ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ ତଥା ସ୍ପ୍ରିଂ ଭେଲି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନିନ୍ଦିତା ମାଇତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଗୁରୁ ବାବାଜୀ ଚରଣ ବିଶ୍ବାଳଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର କଳାକାର ମାନେ ଅଳକା ଚାନ୍ଦଙ୍କ ଦ୍ବାରା ରଚିତ ସ୍ବାଗତ ସଂଗୀତ ‘ଏଇ ଆମରି ଗାଁ ‘ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଗୁରୁ ବିବେକାନନ୍ଦ ପଣ୍ଡା, ଗୁରୁ ମନୋଜ କୁମାର ନାୟକ, ଗୁରୁ ବିଭୂତି ପତି ଏବଂ ଗୁରୁ ବି.ଚନ୍ଦ୍ରଶେଖର ରାଓ । ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରମତୀ ମାଇତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠକରିଥିଲେ। ପ୍ରାରମ୍ଭିକ ଅଭିଭାଷଣରେ ଉପଦେଷ୍ଟା ଶ୍ରୀ ସାହୁ ମ୍ୟୁଜିକ ସର୍କଲର ଐତିହ୍ୟ ବର୍ଣ୍ଣନା କରିବା ସହ ଅଳକା ଚାନ୍ଦଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ବଳରେ କିପରି ଏହି ଅନୁଷ୍ଠାନ କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଏବଂ ସାହିତ୍ୟ କ୍ଷେତ୍ରରେ ରାଉରକେଲାରେ ଅଦ୍ୱିତୀୟ ସ୍ଥାନ ଅର୍ଜନ କରିପାରିଛି ତାହା ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଇଂ ରାୟ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସଭାପତି ଇଂ ଦାସ ‘ମ୍ୟୁଜିକ ସର୍କଲ’ କିପରି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବର୍ଣ୍ଣନା କରିଥିଲେ। ସଭ୍ୟ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନିଲ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ ସନ୍ତୋଷ କୁମାର ମଲ୍ଲିକ, ଲକ୍ଷ୍ମଣ ନାଥ ଦାସ, ସ୍ନେହଲତା ନାୟକ, ଜୟଶ୍ରୀ ଦାସ, ସୁଶାନ୍ତ ନାୟକ, ରାଜଲକ୍ଷ୍ମୀ ଦାଶ, କସ୍ତୁରୀକା ତ୍ରିପାଠୀ ଓ ସୁନୀତା ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ସ୍ପ୍ରିଂ ଭେଲି ବିଦ୍ୟାଳୟ ଏବଂ ନୃତ୍ୟ ସଂଗୀତ ମହାବିଦ୍ୟାଳୟର ପିଲା ମାନଙ୍କ ଦ୍ବାରା ସଂଗୀତ ଏବଂ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

masiha

ଅଦ୍ଭୁତ ମୃତ ଶିଶୁ ପୁତ୍ର ଜନ୍ମ

Sunil Chandra Nayak

ରାୟଗଡ଼ ଜିଲ୍ଲା ଖଣିଜ ପାଣ୍ଠି ର ୯ତମ ଟ୍ରଷ୍ଟ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!