ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା 

ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା 

ରାଉରକେଲା: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳକାୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଆନ୍ତଃ ଆଇନ ମହାବିଦ୍ୟାଳୟରେ ଦୁଇ ଦିନିଆ ମୁଟ କୋର୍ଟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଯେଉଁଥିରେ ୩୬ ଟି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । ଏଥିରେ ରାଉରକେଲା ଆଇନ ମହାବିଦ୍ୟାଳୟ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛି । ଛାତ୍ର ଚିନ୍ମୟ ନାରାୟଣ ପ୍ରଧାନ ଶ୍ରେଷ୍ଠ ବକ୍ତା ଭାବେ ପୁରସ୍କୃତ ହୋଇଥିଲେ ଏବଂ ସାଥି ଛାତ୍ର ଅମିତ ପାତ୍ର ଓ ଛାତ୍ରୀ ତାନିୟା ୱାର୍ଷି ଭାଗ ନେଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପାଇଁ ମହାବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଭରପ୍ରାପ୍ତ ଅଧ୍ୟକ୍ଷା ଡ. ସମ୍ପାଦିକା ମହାନ୍ତି, ପରିଚାଳନା ସମିତିର ସଭାପତି ଲାୟନ ଡ. ଯତୀନ୍ଦ୍ର ନାୟକ ଏବଂ ଲାୟନ ଇଂ. ହରଦୀପ ସିଂହ ଉପସ୍ଥିତ ରହି ଭଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମିଠା ଖୁଆଇ ସମ୍ବର୍ଦ୍ଧନା ଜଣାଇଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା 

masiha

ଗଞ୍ଜାମ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!