ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ

ନୂଆପଡା  // ଅଲ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମୁଖ୍ୟ ବିଜୁ ଶ୍ରମିକ ସାମୁଖ୍ୟ ରେ ଯୋଗଦେବା ପରେ ଆଜି ନୂଆପଡା ଜ଼ିଲ୍ଲା ର ପ୍ରସିଦ୍ଧ ତୀର୍ଥ ସ୍ଥଳୀ ପାତାଳଗଙ୍ଗା ଠାରେ ପ୍ରଥମ ଜ଼ିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ନେତା ତଥା ଜ଼ିଲ୍ଲା ବିଜେଡି ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଶ୍ରୀମତୀ ନନ୍ଦିନୀ ପଣ୍ଡା( ଅଲ ଓଡିଶା ଅଙ୍ଗନବାଡି ସାମୁଖ୍ୟ ର ସଭାନେତ୍ରୀ )ସମ୍ମାନିତ ଅତିଥି ରୂପେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ସଦସ୍ୟା ଶ୍ରୀମତୀ ମନ୍ଦାକିନୀ ବଘେଲ, ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ପାଣ୍ଡେ, ଜ଼ିଲ୍ଲା ଛାତ୍ର ସଭାପତି ଅମିତ ସିଂହ ଦେଓ, ଜିଲ୍ଲା ସାଧାରଣ ସଂପାଦିକା ଶ୍ରୀମତୀ ମମତା ମଞ୍ଜରୀ ଥପା, ବୋଡେନ ବ୍ଲକ ସଭାନେତ୍ରୀ ଶ୍ରୀମତୀ ମିନତୀ କାଣ୍ଡ ସମସ୍ତେ ମଞ୍ଚାସୀନ ଥିଲେ ଏହି କାର୍ଯ୍ୟକ୍ରମ ରେ ନୁଆପଡା ଜିଲ୍ଲା ଅଂଗନବାଡି କର୍ମୀ ଓ ସହାୟିକା ସଂଘ ର ପାଞ୍ଚ ଗୋଟି ବ୍ଲକ ର ପଦାଧିକାରୀ ତଥା ବୋଡେନ ବ୍ଳକ ର ସମସ୍ତ ଅଗଂନୱାଡି କର୍ମୀ ଓ ସହାୟିକା ମାନେ ଅଂଶ ଗ୍ରହଣ କରି ନିଜ ନିଜ ମତ ପରିବେଷଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

masiha

ଦୋକାନ ପୋଡି ଲକ୍ଷ୍ୟ ଧିକ ସମ୍ପତି ନଷ୍ଟ

Sunil Chandra Nayak

କୋଇଡାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

masiha

Leave a Comment

error: Content is protected !!