ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଚରାଗୁଡାରେ ମା ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ଗ୍ରାମ ପଞ୍ଚାୟତ ସଦରମହକୁମା ମା ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଘଣ୍ଟଯାତ୍ରା କମିଟିର ସଭାପତି ଧର୍ମାନନ୍ଦ ନାୟକ, ଉପସଭାପତି କର୍ଣ୍ଣ ଭତ୍ରା, ସମ୍ପାଦକ ନରସିଂ ମାଝୀ, କୋଷାଧ୍ୟକ୍ଷ କମଳ ଲୋଚନ କଲାର ପ୍ରମୁଖଙ୍କ ଉପସ୍ଥିତିରେ ଚଚରାଗୁଡା ପଞ୍ଚାୟତ ଅଧିନରେ ଥିବା ପ୍ରତ୍ୟେକ ଗ୍ରାମରୁ ସଭ୍ୟ ରଖାଯାଇ ମା ଠାକୁରାଣୀ ଙ୍କ ଘଣ୍ଟ ଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ବ୍ୟାପକ ଆଲୋଚନା ହୋଇଥିଲା । ମାର୍ଚ୍ଚ ୨୭ ତାରିଖ ରୁ ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ଦିନ ଶେଷ ହେବାର କାର୍ଯ୍ୟକ୍ରମ ରହି ଥିବାବେଳେ ପ୍ରତ୍ୟେକ ଦିନ ରାତ୍ରୀରେ ବିଭିନ୍ନ ଗ୍ରାମର ଦେଶିଆ ନାଟ ପ୍ରଦର୍ଶନ ହେବ । ଉକ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରୁ ପ୍ରଫୁଲ୍ଲ ମାଝୀ, ଶଙ୍କର ମାଝୀ, ତୋଫାନ ମାଝୀ, ପରମେଶ୍ଵର ପୁଝାରୀ, ଆଶାରାମ କୁମାର, ତନ୍ତ୍ରିପାଲ ପନକା, ରାମ ଚନ୍ଦ୍ର ନାୟକ, ତ୍ରିନାଥ ପାଣ୍ଡେ, ତ୍ରିନାଥ ଗୌଡ, ଡମୁନା ମାଝୀ ପ୍ରମୁଖ ବହୁ ଯୁବକ ଓ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବ୍ୟକ୍ତି ନିର୍ମାଣ ର ନିର୍ମାତା ଥିଲେ ପଣ୍ଡିତ ରଘୁନାଥ ମିଶ୍ର: ଡଃ ଘାସିରାମ ମିଶ୍ର

Sunil Chandra Nayak

ଗାଁ କୁ ରାସ୍ତା ନାହିଁ , ଖଟିଆରେ ବୋହିଲେ ୩ କିମି, ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

masiha

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ  

masiha

Leave a Comment

error: Content is protected !!