ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

ଡାବୁଗାଁ, ୧୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ମାନିଆଗୁଡା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ରବିବାର ସନ୍ଧ୍ୟାରେ ଡାବୁଗାଁ ଅବକାରୀ ବିଭାଗ ବ୍ଲକ ର୍ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ଗ୍ରାମର ରାସ୍ତା କଡରେ ବିକ୍ରି କରିବା ଉଦ୍ଦେଶ୍ୟରେ ମହୁଲ ରଖିଥିଲା | ଅବକାରୀ ବିଭାଗ ଏହା ଦେଖି ପଚରାଉଚରା କରିବା ପରେ ଉକ୍ତ ମହୁଲ କୁ ଜବତ କରିବା ସହ ବିକ୍ରି କରିବାକୁ ଆଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି | ତାଙ୍କ ଠାରୁ ୮ କୁଇଣ୍ଟାଲ ମହୁଲ ଜବତ କରାଯାଇଛି | ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବଦଲାଗୁଡା ଗ୍ରାମର ଭୀମ ଜାନୀ (୪୨) ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଲୟକୁ ଆଣିଥିଲେ | ପରେ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଛାଡିଦିଆଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୮୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ମଖନ ହାଲଦାର, କର୍ମଚାରୀ ରଜୁ ମୁଦୁଲି, ସୁରେଖା ଭତ୍ରା ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୋଲିସ କୁ ଆକ୍ରମଣ ଘଟଣାରେ ୨ ଗିରଫ 

masiha

ଜୁଆ ରାକେଟର ପର୍ଦ୍ଦାଫାସ : ୨ ଅଭିଯୁକ୍ତଙ୍କ ଗିରଫ ସହ ନଗଦ ୨୮,୩୯,୪୦୦/- ଟଙ୍କା, ୪୦୫ ଗ୍ରାମ ସୁନା, ୬୦୦ ଗ୍ରାମ ରୂପା ଅଳଙ୍କାର, ୩ କାର୍ ଓ ୪ ବାଇକ୍ ଜବତ

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!