ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛକୁ ପିଟିଲା ଲୁହା ପଥର ବୋଝେଇ ଟ୍ରକ ;ଚାଳକ ମୃତ

ମୟୂରଭଞ୍ଜ ୧୯/୩/୨୩ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ହାଟବାଦଡା ଫାଣ୍ଡି ଅନ୍ତର୍ଗତ ଯଶିପୁର -ରାଇରଙ୍ଗପୁର ଜାତୀୟ ରାଜପଥ ୨୨୦ ନମ୍ବର ଵଳତପୁର ପାଖରେ ଶନିବାର ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତାର କଡ଼ ଗଛକୁ ପିଟି ହେବା ଫଳରେ ଚାଳକର ମୃତ୍ୟୁ ହୋଇଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଚାଳକକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିବା ଟ୍ରକକୁ ଜବତ କରିଥିଲା । ରବିବାର ଦିନ ପୋଲିସ ଦୁର୍ଘଟଣା ଜନିତ ମାମଲା କେଶ ନମ୍ବର ୬୨/୨୩ ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ଶିମଲିଖେରା ଅଂଚଳର ଧର୍ମେନ୍ଦ୍ର ଯାଦବ (୨୪) । କେନ୍ଦୂଝର ଜିଲ୍ଲାର ଶୁଆକାଠିରୁ ଲୁହାପଥର ବୋଝେଇ ଟ୍ରକ ଯାମସେଦପୁରର ହାତକୁ ଆଣୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।ଶଵ ବ୍ୟବଛେଦ ବିଳମ୍ବ ହେବାରୁ ସୋମବାର ଦିନ ମୃତକଙ୍କ ପରିବାର ଲୋକେ ମୃତକଙ୍କୁ ତାଙ୍କ ଘରକୁ ନେଇଯିବେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

Leave a Comment

error: Content is protected !!