ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ 

ଢେଙ୍କାନାଳ, ୨୦/୩ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କମନିଙ୍ଗ ଗ୍ରାମବାସୀଙ୍କ ଜାଗାରେ ଥିବା  କୋରଜବର ଭାବେ ଉଦ୍ୟାନ ବିଭାଗର ନିଲାମକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, କମନିଙ୍ଗ ଗ୍ରାମବାସୀଙ୍କ ଜାଗା ଉପରେ ଉଦ୍ୟାନ ବିଭାଗ ବିଭିନ୍ନ ପ୍ରକାରର ଫଳଗଛ ଯଥା ଆମ୍ବ, ପିଜୁଳି, ବେଲ, ଓ ଲେମ୍ବ ଆଦି ଲଗାଇ ଅଛି । ଏହାକୁ ଗ୍ରାମବାସୀ ବିରୋଧ କଲାପରେ ପୋଲିସ୍‌ଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କରାଯାଇ ଉକ୍ତ ଜାଗା ଉପରେ ଗ୍ରାମବାସୀ ଚାଷ କରିବେ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏବେ ଉଦ୍ୟାନ ବିଭାଗ ଜୋରଜବରଦସ୍ତି ଉକ୍ତ ଉଦ୍ୟାନକୁ ନିଲାମ ଦେଉଥିବାରୁ ଗ୍ରାମବାସୀ ବିରୋଧ କରି ଅଦ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପ୍ରଦାନ ସମୟରେ ସୁରେଶ କାଞ୍ଜିଆ, ନେପାଳ ସାହୁ, ପାଣ୍ଡବ ନାଏକ, ଦୀପୁ ସାହୁ, ରଘୁନାଥ ନାଏକ, କୁଲୁ ସାହୁ, ସନ୍ତୋଷ ସାହୁ, ପପୁ ସାହୁ, ଗୁଣନିସ୍‌ ସାହୁ ଓ ଅନ୍ତର୍ଯ୍ୟାମୀ ଦେହୁରୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

ଏସ୍ ଟି ଏସ୍ ସି ନିର୍ଯାତନା ଆଇନ ସଂଶୋଧନ ଆଦେଶ ପ୍ରତ୍ୟାହାର ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀପତ୍ର

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!