ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ 

ଢେଙ୍କାନାଳ, ୨୦/୩ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କମନିଙ୍ଗ ଗ୍ରାମବାସୀଙ୍କ ଜାଗାରେ ଥିବା  କୋରଜବର ଭାବେ ଉଦ୍ୟାନ ବିଭାଗର ନିଲାମକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, କମନିଙ୍ଗ ଗ୍ରାମବାସୀଙ୍କ ଜାଗା ଉପରେ ଉଦ୍ୟାନ ବିଭାଗ ବିଭିନ୍ନ ପ୍ରକାରର ଫଳଗଛ ଯଥା ଆମ୍ବ, ପିଜୁଳି, ବେଲ, ଓ ଲେମ୍ବ ଆଦି ଲଗାଇ ଅଛି । ଏହାକୁ ଗ୍ରାମବାସୀ ବିରୋଧ କଲାପରେ ପୋଲିସ୍‌ଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କରାଯାଇ ଉକ୍ତ ଜାଗା ଉପରେ ଗ୍ରାମବାସୀ ଚାଷ କରିବେ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏବେ ଉଦ୍ୟାନ ବିଭାଗ ଜୋରଜବରଦସ୍ତି ଉକ୍ତ ଉଦ୍ୟାନକୁ ନିଲାମ ଦେଉଥିବାରୁ ଗ୍ରାମବାସୀ ବିରୋଧ କରି ଅଦ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପ୍ରଦାନ ସମୟରେ ସୁରେଶ କାଞ୍ଜିଆ, ନେପାଳ ସାହୁ, ପାଣ୍ଡବ ନାଏକ, ଦୀପୁ ସାହୁ, ରଘୁନାଥ ନାଏକ, କୁଲୁ ସାହୁ, ସନ୍ତୋଷ ସାହୁ, ପପୁ ସାହୁ, ଗୁଣନିସ୍‌ ସାହୁ ଓ ଅନ୍ତର୍ଯ୍ୟାମୀ ଦେହୁରୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ବାଲିଆପାଳ ସ୍ୱାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!