ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ପଞ୍ଜୁରୀ

   = ପଞ୍ଜୁରୀ____

ପଞ୍ଜୁରୀରେ ଯେବେ ରହିଥିଲି ମୁହିଁ,
ପୋଷା ସାରି ଟିଏ ହୋଇ,
ସ୍ୱାଧୀନତା ମଜା ଚାଖି ମୁଁ ନଥିଲି,
କେଡ଼େ ନିରିମମ ତୁହି ।
ଏବେ ଦେଖୁଛି ମୁଁ ବାହାର ଦୁନିଆ,
ନଦୀ ବନ ଗୀରି କେତେ,
ବଗିଚାରେ କେତେ ଫୁଲ ଫଳ ଭରା,
ଖାଉଛି ଆନନ୍ଦେ ଯେତେ ।
ମଣିଷ ସମାଜ କେଡ଼େ ନିରିଦୟ,
ନାହିଁ ତା ମନରେ ଦୟା,
ନିତି ନିତି କେତେ ପ୍ରାଣୀ ବଧ କରି,
ଉଦର ପୁରାଏ ଯାହା।
ତଥାପି ତୋତେ ମୁଁ ଭୁଲିବିନି କେବେ,
ଖୋଉ ଥିଲୁ ମୋତେ ଦାନା,
ପ୍ରାଣ ପକ୍ଷୀଟିକୁ ବଞ୍ଚାଇ ଥିଲୁ ତୁ,
ପାଏ ପଛେ ମୁଁ ଯାତନା ।।

___ଚିତ୍ରା ରାଣୀ ପାତ୍ର __

              ବାଲେଶ୍ଵର

Related posts

ଜଗ ମୋହନ ପଟ୍ଟନାୟକ ଙ୍କ କବିତା = ସତ୍ୟ ପଥ

ତୃପ୍ତି ରାଣୀ ପାତ୍ର ଙ୍କ କବିତା//ହେ ତେଇଶି

Sunil Chandra Nayak

ସମୀର କୁମାର ପ୍ରଧାନ ଙ୍କ କବିତା = ସାଧବବୋହୁ

masiha

Leave a Comment

error: Content is protected !!