ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟଶାଳା

ନର୍ଲା (ମପ୍ର) ଶିକ୍ଷା ବିକାଶ ସମିତି ଓଡିଶା, କେସିଙ୍ଗା ସଂକୁଳ ସ୍ତରୀୟ ଜାତୀୟ ଶିକ୍ଷା ନୀତି କାର୍ଯ୍ୟଶାଳାର ଆୟୋଜନ ହୋଇଛି। ଦୁଇ ଦିନ ଧରି ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ନର୍ଲା ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତି ଉପସଭାପତି ପ୍ରମୋଦ କୁମାର ପ୍ରଧାନ ଏହାର ଶୁଭାରମ୍ଭ କରିଥଲେ। ସରସ୍ଵତୀ ଶିଶୁ ମନ୍ଦିର ନର୍ଲା ପ୍ରଧାନ ଆଚାର୍ଯ୍ୟ ବୁଦ୍ଧଦେବ ନାଏକ, ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା, ମ. ରାମପୁର ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭାରତୀୟ ଶିକ୍ଷା ଦର୍ଶନ, ଜାତୀୟ ଶିକ୍ଷା ନୀତି ୨୦୨୦, ଧନ୍ଦାମୂଳକ ଶିକ୍ଷା, କଳାଆଧାରିତ ଶିକ୍ଷା, ଖେଳଣା ମାଧ୍ୟମରେ ଶିକ୍ଷା ଉପରେ ପ୍ରଥମ ଦିନରେ ଶିକ୍ଷା ପ୍ରଦାନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମଟି କଳାହାଣ୍ଡି ଜିଲ୍ଲା ବିଭାଗ ନୀରିକ୍ଷକ ବିପିନ ବିହାରୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଗେଇ ଥିବା ବେଳେ କେସିଙ୍ଗା ସଂକୁଳ ଅନ୍ତର୍ଗତ ନର୍ଲା, ରୁପ୍ରାରୋଡ,ମ.ରାମପୁର ଓ ରୁପ୍ରା ସରସ୍ଵତୀ ଶିଶୁ ମନ୍ଦିରର ଗୁରୁଜୀ ଓ ଗୁରୁମାମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବେଆଇନ ଜମି ମାଫିଆ ଙ୍କ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା କାହିଁକି !

Sunil Chandra Nayak

ରୁକେୟା ଜବିନ୍ ଙ୍କ କବିତା କାହିଁକି

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକରେ ସଟ୍ଟା ଖେଳ ବଢୁଛି , ଦୈନିକ ୫ ଲକ୍ଷ ଟଙ୍କାର କାରବାର

Sunil Chandra Nayak

Leave a Comment

error: Content is protected !!