ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟ ଗଣତି କେନ୍ଦ୍ରରେ ସାମ୍ବାଦିକଙ୍କ ପାଇଁ ଅବ୍ୟବସ୍ଥା

କେସିଙ୍ଗା– ଆଜି ୨୬ ତାରିଖରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଦିବସ। ଏହି ପରିପ୍ରେକ୍ଷୀରେ କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ୨୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ ମେମ୍ବର ଓ ୩ ଟି ଜିଲ୍ଲା ପରିଷଦ ଜୋନ୍ ର ଫଳାଫଳ ଘୋଷଣା ପାଇଁ ସ୍ଥାନୀୟ ଉଚ୍ଚ ବିଦ୍ୟାପୀଠ ଠାରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ‘ଧର୍ମକୁ ଆଖି ଠାର ମାରିବା ଭଳି’ କାର୍ଯ୍ୟରତ ସାମ୍ବାଦିକମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କିଛି ସାମ୍ବାଦିକଙ୍କୁ ଗତକାଲି ହ୍ବାଟସ୍ ଆପରେ ମାଧ୍ୟମରେ ଏକ ଚିଠି ପଠାଇଥିଲେ। ଯେଉଁ ଚିଠିକି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ପରି ଅନୁମେୟ ହେଉଛି। ହେଲେ ଆଜି ସାମ୍ବାଦିକମାନେ ସ୍ବତଃ ପ୍ରବୃତ୍ତ ଭାବେ ଭୋଟ ଗଣତି କେନ୍ଦ୍ରକୁ ଯାଇଥିଲେ ହେଁ ସେମାନଙ୍କ ଲାଗି ବସିବା ପାଇଁ ବ୍ୟବସ୍ଥା କରାଯାଇନଥିଲା। ଏଣୁ କେତେକ ସାମ୍ବାଦିକ ବହୁ ସମୟ ଧରି ଛିଡା ହୋଇରହିଥିବା ବେଳେ ଆଉ କେତେକ ସାମ୍ବାଦିକ ଛାତ୍ରମାନଙ୍କ ପଢ଼ିବା ଲାଗି ଉଦ୍ଦିଷ୍ଟ ହାଇ ଲଙ୍ଗ୍ ଡେସ୍କ ଉପରେ ବସିଥିବା ଦେଖିବାକୁ ମିଳିଥିଲା। ଏନେଇ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ୬ ରାଉଣ୍ଡ ଗଣତି ପରେ ୧ନଂ ଜିଲ୍ଲା ପରିଷଦ ଜୋନ୍ ରେ ବିଜେଡି ପ୍ରାର୍ଥୀନୀ ଦୀପାଞ୍ଜଳୀ ସାହୁ ୬୦୭୦ ଭୋଟ ପାଇଥିବା ବେଳେ ବିଜେପିର ନମୀତାରାଣୀ ସାହୁ ୨୭୧୦ ଓ କଂଗ୍ରେସର ରାଜକୁମାରୀ ସରାଫ୍ ୨୬୯୮ ଭୋଟ ପାଇଥିବା ଜଣାପଡିଛି।

ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନିଲୋତ୍ପଳ।

ଚୋରା ଚାଲାଣ ବେଳେ ପୁଣି ଜବତ ହେଲା  ବିପୁଳ ପରିମାଣର ଗଞ୍ଜେଇ

Sunil Chandra Nayak

ଭାଷା କେହି କାହାର ଶତ୍ରୁ ନୁହନ୍ତି, ସମସ୍ତେ ପରିପୂରକ

Sunil Chandra Nayak

Leave a Comment

error: Content is protected !!