ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ସାମିଲ୍ ହେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ

ବାଲିଗୁଡ଼ା:21/03.(ମନିସ): ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାଯ୍ୟକ୍ରମ ଜାରୀ ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା କିଛି ନିଆରା ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ପୂର୍ବରୁ କୋଟଗଡ଼ ବନାଞ୍ଚଳର ବିଭିନ୍ନ ସ୍ଥାନରେ ନାଚ, ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରିଥିବା ବେଳେ ବର୍ତ୍ତମାନ ଅଞ୍ଚଳର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ତୃଣମୂଳ ସ୍ତରରୁ ଜନ ସଚେତନତା କାର୍ଯ୍ୟକ୍ରମ କରି ଜଙ୍ଗଲ ନିଆଁର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହଯୋଗ ଲୋଡ଼ିଛନ୍ତି । ଏନେଇ କୋଟଗଡ଼ ବ୍ଲକର ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୮୦ ମହିଳାଙ୍କୁ ନେଇ ବନାଞ୍ଚଳ ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା କଣ,କଣ କ୍ଷତି ଘଟୁଛି ଏବଂ ଜୀବଜଗତ ଉପରେ କଣ ପ୍ରଭାବ ପଡୁଛି ସେନେଇ ମା ମାନଙ୍କୁ ଅବଗତ କରାଇବା ସହ ପ୍ରତ୍ୟେକ ମା ମାନେ କେମିତି ନିଜ ନିଜର ସାହି, ୱାର୍ଡ ଓ ପଞ୍ଚାୟତରେ ସଭା ମାଧ୍ୟମରେ ଲୋକଙ୍କୁ କିଭଳି ବୁଝାଇବେ ଏବଂ ଜଙ୍ଗଲ ସୁରକ୍ଷା କିଭଳି କରାଯାଇପାରିବ ସେନେଇ କୋଟଗଡ଼ ବନାଞ୍ଚଳ ତରଫରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମା ମାନଙ୍କୁ ବିଭାଗ ପକ୍ଷରୁ ସହଯୋଗ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା । ଅନ୍ୟପଟେ ଗୋଷ୍ଠୀର ମା ମାନେ ବିଭାଗର ଅନୁରୋଧ କ୍ରମେ ଏଥିରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବନାଞ୍ଚଳର ସମସ୍ତ ବନପାଳ ଓ ସମସ୍ତ କର୍ମଚାରୀ ସାମିଲ୍ ହୋଇ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

କନ୍ଧମାଳ ଜିଲ୍ଲା କୋଟଗଡରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

masiha

ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ଭାରତ କୁ ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିଛି : ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର 

Sunil Chandra Nayak

ହଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ଆଇଆରଡିଏମଏସ ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

masiha

Leave a Comment

error: Content is protected !!