ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର ଚତୁର୍ଥ ସଂଧ୍ୟା ,ବାଉଲ ଗୀତରେ ଝୁମିଲେ ଦର୍ଶକ

ରାଉରକେଲା/ ମ୍ୟୁଜିକ ସର୍କଲ, ରାଉରକେଲାର ପଞ୍ଚ ଦିବସୀୟ ବସନ୍ତ ସମାରୋହର ଆଜି ଚତୁର୍ଥ ସଂଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅନୁଷ୍ଠାନର କଳାକାର ସରସ୍ଵତୀ ନାଗ, ସଙ୍ଗୀତା ପଣ୍ଡା, ବାପିନା ନାୟକ, ଦେବରଞ୍ଜନ ସାମଲ, ଦୀପକ ରାଉତ, ପ୍ରତ୍ୟୁଷ ପଦାରବିନ୍ଦ ସାହୁ, ତନୁଶ୍ରୀ ସାହୁ , ଅଙ୍କିତା ବେହେରା ପ୍ରମୁଖ ବିଶିଷ୍ଟ ନାଟ୍ୟକାର ଭାସ୍କର ମହାପାତ୍ରଙ୍କ ରଚିତ ଏବଂ ଗୁରୁ ବି.ବୁଦ୍ଧ ପ୍ରସାଦ ରାଓଙ୍କ ସ୍ବର ସଂଯୋଜନାରେ ସ୍ବାଗତ ସଂଗୀତ ଉତ୍କଳ ବନ୍ଦନା ପରିବେଷଣ କରିଥିଲାବେଳେ ଗୁରୁ ବାବାଜୀ ଚରଣ ବିଶ୍ବାଳ, ମନୋଜ କୁମାର ନାୟକ, ଗୁରୁ ବିଭୂତି ପତି, ଗୁରୁ ବିବେକାନନ୍ଦ ପଣ୍ଡା, ଗୁରୁ ବି. ଚନ୍ଦ୍ରଶେଖର ରାଓ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। ଇଂ. ପ୍ରତାପ କୁମାର ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ. ଅଭୟ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଭୋଇ ସଂଗୀତ-ନୃତ୍ୟ ପ୍ରତି ମ୍ୟୁଜିକ ସର୍କଲର ଅବଦାନ ଅବିସ୍ମରଣୀୟ ଓ ଏହାର ପ୍ରତିଷ୍ଠାତ୍ରୀ ଅଳକା ଚାନ୍ଦଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବର୍ଣ୍ଣନା କରିଥିଲେ। ଅନୀଲ ମଲ୍ଲିକ ମଞ୍ଚ ସଂଯୋଜନା କରିଥିବା ବେଳେ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଇଂ. ପ୍ରତାପ କୁମାର ରାୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସରସ୍ଵତୀ ବନ୍ଦନା, ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ଗୁରୁ ଦେବବ୍ରତ କର, ମନୋବଧ ମିଶ୍ର , ମନୋଜ ନାୟକ, ବଂଶୀଧର ସାହୁ ପ୍ରମୁଖ ସହାୟତା କରିଥିଲେ।

ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ (ଇଜେଡସିସି) ଦ୍ବାରା ପ୍ରେରିତ ଗୁରୁ ମିତାରାଣୀ ଦତ୍ତଙ୍କ ନେତୃତ୍ୱରେ ସୋମନାଥ ସ୍ବର୍ଣ୍ଣକାର, ଯାଦବ ସରକାର, ଅଶୋକ ଦତ୍ତ, ଶାନ୍ତନୁ ଗୋସ୍ବାମୀ ପଶ୍ଚିମ ବଙ୍ଗର ପ୍ରସିଦ୍ଧ ବାଉଲ ସଂଗୀତ ପରିବେଷଣ କରିଥିଲାବେଳେ ଗୁରୁ ସୁଦେସ୍ନା ରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠାନ ଦ୍ଵାରା ଅନୁଷ୍ଠିତ ନୃତ୍ୟ ଏବଂ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ଭବେଶ ଚନ୍ଦ୍ର ସାହୁ, ସ୍ନେହଲତା ନାୟକ, ଅନିନ୍ଦିତା ମାଇତି, ରାଜଲକ୍ଷ୍ମୀ ଦାଶ, କସ୍ତୁରୀକା ତ୍ରିପାଠୀ, ସୁନୀତା ସିଂ ,ସନ୍ତୋଷ କୁମାର ମଲ୍ଲିକ, ଉମାକାନ୍ତ ମଲ୍ଲିକ ଚକ୍ରଧର ମହାରଣା ପ୍ରମୁଖ କାର୍ଯ୍ୟ କ୍ରମରେ ସହାୟତା କରିଥିବାବେଳେ ଜୟଶ୍ରୀ ଦାସ, ସୁପ୍ରଭା ରାୟ, ସାବିତ୍ରୀ ଦାସ, ବବିତା ମହାପାତ୍ର, ଉର୍ବଶୀ ଦାସ ପତି, ସନ୍ତୋଷ କୁମାର ମଲ୍ଲିକ, ଉମାକାନ୍ତ ମଲ୍ଲିକ, ରାକେଶ କୁମାର ସିଂ, ଶରତ କୁମାର ଧଳ, ବିରଜା ଦାସ, ଲମ୍ବୋଦର ନାୟକ, ଉମେଶ ଚନ୍ଦ୍ର ଜେନା, ସୁରେନ୍ଦ୍ର କୁମାର ମହାରଣା, ଅଚ୍ୟୁତାନନ୍ଦ ଦାସ, ଅଜୟ କୁମାର ପାଣି, ଡା.ସୁଶାନ୍ତ କୁମାର ପାଣି , ଭାସ୍କର ମହାପାତ୍ର ପ୍ରମୁଖଙ୍କ ସହ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

Sunil Chandra Nayak

ବିଡିଓଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁଆଁ ଦାୟିତ୍ୱ

masiha

ବିଦ୍ୟୁତ କମ୍ପାନୀର ମନମୁଖୁ କାର୍ଯ୍ୟରେ ପାନୀୟ ଜଳରୁ ବଞ୍ଚିତ ବସ୍ତିବାସିନ୍ଦା 

Sunil Chandra Nayak

Leave a Comment

error: Content is protected !!