ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଉପଚାର ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଠାରେ ପ୍ରାଥମିକ ଉପଚାର ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ସେଣ୍ଟଜନ ଆମ୍ବୁଲାନ୍ସର ସଭ୍ୟ ଅନନ୍ତ ଚରଣ ଖଟେଇ ଙ୍କ ଦ୍ଵାରା ବିଭିନ୍ନ ଦୁର୍ଘଟଣା, ସାପକାମୁଡା, ବିଜୁଳି ମାରିବା,ଅଂଶୁଘାତ, ସଡ଼କ ଦୁର୍ଘଟଣାରେ ପ୍ରଭାବିତ ଛାତ୍ର ଛାତ୍ରୀ, ବ୍ୟକ୍ତି ବିଶେଷ କିପରି ପ୍ରାଥମିକ ସହାୟତା ଦେଇ ରୋଗୀ ମାନଙ୍କୁ ଡାକ୍ତର ଖାନାରେ ପହଞ୍ଚାଇ ମୃତ୍ୟ ମୁଖରୁ ବଞ୍ଚାଇ ଦିଆଯାଇ ପାରିବ ସବିଶେଷ ଶିକ୍ଷା ପ୍ରଦାନ କରାଯିବ ସହ ପିଲା ମାନଙ୍କୁ ପଶିକ୍ଷଣ ପ୍ରଦାନ କରିଥିଲେ। ତାହା ସହିତ ରକ୍ତଦାନ, ଅଙ୍ଗଦାନ, ବିଷୟରେ ଶ୍ରୀ ଖଟେଇ ପିଲା ମାନଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଆହୁରି ମଧ୍ୟ ଜଳ ସଂରକ୍ଷଣ, ବୃକ୍ଷରୋପଣ, ଜଳପରିମଳ, ନିଶା ନିବାରଣ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଭାବରେ ବୁଝାଇ ଥିଲେ। ଏହି ଅବସରରେ ସୁଦୂର ପୁରୀରୁ ଆସିଥିବା ସମାଜସେବୀ ଅଭିମନ୍ୟୁ ଜେନା କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଭଗବତୀ ମିଶ୍ର, ହରଷ ଦାସ, ସୁଷମା ଦାସ, ଅପରାଜିତା ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ ଓ ସଭା ପରିଶେଷରେ ଶିକ୍ଷୟତ୍ରୀ ପ୍ରମିଳା ଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ସଂସ୍କାର ପବ୍ଲିକ୍ ସ୍କୁଲରେ ‘ଆଭାର’ କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକ ସଚେତନତା ଶିବିର

Sunil Chandra Nayak

ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ନିମନ୍ତେ ୫ଟି ସଚିବଙ୍କୁ ପତ୍ର ଲେଖିଲେ ମହେନ୍ଦ୍ର

ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ଦାବିପତ୍ର.

Sunil Chandra Nayak

Leave a Comment

error: Content is protected !!