ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରତିନାରାୟଣ ରାଉତ ଙ୍କ କବିତା = ହିନ୍ଦୁ ନବ ବର୍ଷ 

= ହିନ୍ଦୁ ନବ ବର୍ଷ =

ଚଇତ୍ର ଶୁକଳ ପ୍ରତିପଦା ତିଥି
   ଆମ ହିନ୍ଦୁ ନବ ବର୍ଷ
ସଭିଏଁ ପାଳିବା ସ୍ୱାଗତ କରିବା
   ମନେ ଭରି ନୂଆ ହର୍ଷ ॥
ସୃଷ୍ଟିର ସର୍ଜନା ଏଦିନେ ହୋଇଲା
    ବ୍ରହ୍ମଦେବଙ୍କର ଦାନେ
ପ୍ରଭୁ ରାମଚନ୍ଦ୍ର ରାଜା ଯୁଧିଷ୍ଟିର
     ଅଭିଷେକ ସିଂହାସନେ ॥
ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ
     ଦୟାନନ୍ଦ ଆରମ୍ଭିଲେ
ହିନ୍ଦୁ ନବବର୍ଷ ରାଷ୍ଟ୍ରିୟ ଦିବସ
    ସେ ପାଇଁ ପାଳିବା ଭଲେ ।।
ଭେଦ ଭାବ ଶୂନ୍ୟ ହିନ୍ଦୁ ଚେତନାର
     ଅହିଂସା ଯା ମୂଳ ମନ୍ତ୍ର
ସର୍ବଜୀବେ ଆତ୍ମା ବସୁଧା କୁଟୁମ୍ବ
     ଭାଇଚାରା ଯାର ତନ୍ତ୍ର ॥
ବସନ୍ତର ଏହି ଶୁଭ ମୂହୁର୍ତ୍ତରେ
     ପଲ୍ଲବିତ ଧରା ହସେ
ସୁମନର ବାସ୍ନା ମହକାଇ ଦିଏ
     ମନରେ ଉନ୍ମାଦ ଆସେ ॥
ଋଷି ପରମ୍ପରା ସନାତନି ଚିନ୍ତା
     ସବୁରି ହୃଦେ ଭରିବା
ଧୂପ ଦୀପ ଜାଳି ତୋରଣ ସଜାଇ
     ନବ ବରଷ ପାଳିବା ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର,କେନ୍ଦୁଝର,ଓଡ଼ିଶା

Related posts

ମଧୁ ମିତା ମିଶ୍ର ଙ୍କ କବିତା = ଆଶା ଆଶଙ୍କା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା = ମହା କାଳ

ମଧୁମିତା ମିଶ୍ର ଙ୍କ କବିତା // ଭଗ୍ନ ସ୍ୱପ୍ନର ସହରରେ

Sunil Chandra Nayak

Leave a Comment

error: Content is protected !!