ଆହେ ପ୍ରଭୁ ମହାବାହୁ
ତ୍ରିଲୋଚନ ପାଢୀ
(ଶିକ୍ଷକ )
ବିଶ୍ୱ ଦେବତା
ଓଡ଼ିଆ ଠାକୁର
ତୁମେ ପ୍ରଭୁ ଜଗନ୍ନାଥ
ଶରଣ ରକ୍ଷଣ
ଆହେ ମହାବାହୁ
ଗୁହାରୀ କରେ ଭକତ l
ବଳିଆର ଭୁଜ
ତୁମେ ମହାବାହୁ
ଭକତର ଭଗବାନ
ନୀଳାଚଳ ଧାମ
ଶ୍ରୀମନ୍ଦିରେ ବିଜେ
ହେ ପ୍ରଭୁ ଚକାନୟନ l
କ୍ଷେତ୍ର ପରା ତୁମ
ଅଟଇ ଶ୍ରୀକ୍ଷେତ୍ର
ଦେଉଳ ବଡ଼ ଦେଉଳ
ସିଂହାସନ ତୁମ
ରତ୍ନ ସିଂହାସନ
ବାନା ପତିତପାବନ l
ଦାଣ୍ଡ ତୁମର
ବଡ଼ ଦାଣ୍ଡ ପୁଣି
ଯାତ୍ରା ଅଟେ ରଥଯାତ୍ରା
ଆଦ୍ୟ ସେବକ
ଗଜପତି ରାଜା
ପଣ୍ଡା ପୁଣି ବଡ଼ପଣ୍ଡା l
ପ୍ରସାଦ ତୁମର
ଶ୍ରୀମହାପ୍ରସାଦ
ମନ୍ଦିର ଶ୍ରୀମନ୍ଦିର
ମହାପ୍ରଭୁ ତୁମେ
ଆହେ ମହାବାହୁ
ବିଶ୍ୱର ବଡ଼ ଠାକୁର l
ଜାତି, ଧର୍ମ, ବର୍ଣ୍ଣ
ଉର୍ଦ୍ଧରେ ତୁମେ
ସମନ୍ୱୟର ପ୍ରତୀକ
ବିଶ୍ୱଦେବତା
ଆହେ ମହାବାହୁ
ମହାପ୍ରଭୁ ଜଗନ୍ନାଥ ll
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ
ସା/ପୋ:-ନନ୍ଦିଗ୍ରାମ
ଭାୟା:-ନାଉଗାଁ ହାଟ
ଜିଲ୍ଲା:-ଜଗତସିଂହପୁର



