ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା //  ” ଶ୍ରୀକ୍ଷେତ୍ର ମଉଡମଣୀ କଳା ଶ୍ରୀମୁଖ ” 

ଶ୍ରୀକ୍ଷେତ୍ର ମଉଡମଣୀ

     କଳା ଶ୍ରୀମୁଖ 

ଶ୍ରୀକ୍ଷେତ୍ର ମଉଡମଣୀ ସେ କାଳିଆ 
କଳା ଶ୍ରୀମୁଖରେ ତାର 
ନାଲି ନାଲି ହସ ଭକ୍ତେ କରେ ବଶ 
ଭକ୍ତ ତାର ଗଳା ହାର । 
କାଳିଆ ଠାକୁର ନାଲିଆ ଅଧର 
ଚକାଡୋଳା ଚକା ଆଖି 
ବଡ ଦେଉଳରେ ଭକତ ଭିଡରେ 
ଦେଖି ଆଖି ଯାଏ ଲାଖି । 
ଜଗତ ଠାକୁର ଅଟେ ବିଶ୍ବାସର 
ଜଗତ ମଙ୍ଗଳ ପାଇଁ 
ବରଷକୁ ଥରେ ରଥଯାତ୍ରା କରେ 
ଭକତେ ଆସନ୍ତି ଧାଇଁ । 
ଭାବର ଠାକୁର ଭାବଗ୍ରାହୀ ସିଏ 
ଶ୍ରୀକ୍ଷେତ୍ର ମଉଡମଣୀ 
ଚାରିଧାମେ ଶ୍ରେଷ୍ଠ ଅଟଇ ଶ୍ରୀକ୍ଷେତ୍ର 
ଅଟଇ ପରଶ ମଣୀ । 
ଶ୍ରୀକ୍ଷେତ୍ର ପରଶେ ପାପ ତାପ ନାଶେ 
ପତିତ ଉଦ୍ଧାର ପାଇଁ 
ପତିତପାବନ ବାନା ଉଡାଉଛି 
ଅଟେ ସେ ଜଗତ ସାଇଁ । 
ଜଗତର ନାଥ ପ୍ରଭୁ ଜଗନ୍ନାଥ 
ଶ୍ରୀକ୍ଷେତ୍ର ମଉଡମଣୀ 
ଶ୍ରୀକ୍ଷେତ୍ର ମାଟିକୁ ପବିତ୍ର କରିଛି 
ନିଏ ଭକତ କୁ ଟାଣି । 
ଭକତ ତା ପ୍ରେମେ ବାଇଆ ହୁଅଇ 
ଶ୍ରୀକ୍ଷେତ୍ର କୁ ଛୁଟି ଆସେ 
ତା ବଡଦାଣ୍ଡ ରେ ଭକତ ଭିଡରେ 
ତୁଳସୀ ଚନ୍ଦନ ବାସେ । 
ପୁରୀ ଶୀରିକ୍ଷେତ୍ର ମଉଡମଣୀ ସେ 
ଜଗତ ମଉଡମଣୀ 
କଳା ଶ୍ରୀମୁଖରେ ନାଲିଆ ହସରେ 
ଜଗତ କୁ ନିଏ ଟାଣି । 

  ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ବିଜୟ କୁମାର ଜେନା ଙ୍କ କବିତା l l ସରିଗଲା ଏବେ l l

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା // ଶୀତ ଆସେ ଯେବେ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା __ ନୀଡ଼ __

Sunil Chandra Nayak

Leave a Comment

error: Content is protected !!