ସାହିତ୍ୟ ଅଗଣାଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା // ” ଶ୍ରୀକ୍ଷେତ୍ର ମଉଡମଣୀ କଳା ଶ୍ରୀମୁଖ ” by Sunil Chandra NayakJanuary 9, 2023059 Share0 ଶ୍ରୀକ୍ଷେତ୍ର ମଉଡମଣୀ କଳା ଶ୍ରୀମୁଖ ଶ୍ରୀକ୍ଷେତ୍ର ମଉଡମଣୀ ସେ କାଳିଆ କଳା ଶ୍ରୀମୁଖରେ ତାର ନାଲି ନାଲି ହସ ଭକ୍ତେ କରେ ବଶ ଭକ୍ତ ତାର ଗଳା ହାର । କାଳିଆ ଠାକୁର ନାଲିଆ ଅଧର ଚକାଡୋଳା ଚକା ଆଖି ବଡ ଦେଉଳରେ ଭକତ ଭିଡରେ ଦେଖି ଆଖି ଯାଏ ଲାଖି । ଜଗତ ଠାକୁର ଅଟେ ବିଶ୍ବାସର ଜଗତ ମଙ୍ଗଳ ପାଇଁ ବରଷକୁ ଥରେ ରଥଯାତ୍ରା କରେ ଭକତେ ଆସନ୍ତି ଧାଇଁ । ଭାବର ଠାକୁର ଭାବଗ୍ରାହୀ ସିଏ ଶ୍ରୀକ୍ଷେତ୍ର ମଉଡମଣୀ ଚାରିଧାମେ ଶ୍ରେଷ୍ଠ ଅଟଇ ଶ୍ରୀକ୍ଷେତ୍ର ଅଟଇ ପରଶ ମଣୀ । ଶ୍ରୀକ୍ଷେତ୍ର ପରଶେ ପାପ ତାପ ନାଶେ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡାଉଛି ଅଟେ ସେ ଜଗତ ସାଇଁ । ଜଗତର ନାଥ ପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ର ମଉଡମଣୀ ଶ୍ରୀକ୍ଷେତ୍ର ମାଟିକୁ ପବିତ୍ର କରିଛି ନିଏ ଭକତ କୁ ଟାଣି । ଭକତ ତା ପ୍ରେମେ ବାଇଆ ହୁଅଇ ଶ୍ରୀକ୍ଷେତ୍ର କୁ ଛୁଟି ଆସେ ତା ବଡଦାଣ୍ଡ ରେ ଭକତ ଭିଡରେ ତୁଳସୀ ଚନ୍ଦନ ବାସେ । ପୁରୀ ଶୀରିକ୍ଷେତ୍ର ମଉଡମଣୀ ସେ ଜଗତ ମଉଡମଣୀ କଳା ଶ୍ରୀମୁଖରେ ନାଲିଆ ହସରେ ଜଗତ କୁ ନିଏ ଟାଣି । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ