ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରେନ ଲାଇନରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ

କାମାକ୍ଷାନଗର -(ମନିସ )22/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଦେଇ ଯାଇଥିବା ନୂତନ ଟ୍ରେନ ଲାଇନରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଛି |ମୃତ ମହିଳା ଜଣକ ହେଉଛନ୍ତି ପଥରଖମ୍ବ ଗ୍ରାମର ବନିତା ବିଶ୍ୱାଳ |ସୂଚନା ମୁତାବକ ବନିତା ଆଜି ସକାଳେ ଭୋର ମୁକ୍ତାପଶି ମେଡିକାଲ ଯିବା ପାଇଁ ଘରୁ ବାହରିକି ଆସିଥିଲେ |ତେବେ କିଛି ସମୟ ପରେ ଟ୍ରେନ ଲାଇନରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତ ଦେହ ପଡିଥିବାର, ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଚିହ୍ନଟ କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଜିଆରପି ପୋଲିସ ଘଟଣା ସ୍ଥଳରେ ପହଂଚି ନାହିଁ |ତେବେ ଏହି ନୂତନ ଟ୍ରେନ ଲାଇନଟି ବୁଢାପଙ୍କ ରୁ ଡ଼ୁବୁରୀ ସଂଯୋଗ ହୋଇଥିବା ବେଳେ, କିଛି ଦିନ ପୂର୍ବରୁ ମାଲବାହି ଟ୍ରେନଯାତାୟତ କରୁଛି |ତେବେ ଟ୍ରେନ ଦୁର୍ଘଟଣାରେ ବନିତାଙ୍କ ମୃତ୍ୟୁ ହୋଇଥିବା ସଂନ୍ଦେହ କରାଯାଉଥିବା ବେଳେ ଅଂଚଳରେ ଏହା ପ୍ରଥମ ଟ୍ରେନ ଦୁର୍ଘଟଣା ହୋଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ |ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା, ଜିଆରପି ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ , ରାଜସ୍ୱ ବିଭାଗୀୟ ଅଧିକାରୀ ନିଘା ନାହିଁ ?

Sunil Chandra Nayak

ରାଇରଙ୍ଗପୁରର ବହୁ ଚର୍ଚିତ ଭିକି ମହାନ୍ତି ହତ୍ୟାରେ ସଂପୃକ୍ତ ହତ୍ଯାକାରୀ ଟାଟାନଗରର ଦମ୍ପିତି ପରିବାରର ସ୍ତ୍ରୀ ଖୁସବୁ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ସ୍ୱାମୀ କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ 

Sunil Chandra Nayak

ହାତୀଦାନ୍ତ ବନ ବିଭାଗ ଯନ୍ତାରେ ୫ ବନ ତସ୍କରୀ; ୪ ଖଣ୍ଡ ହାତୀ ଦାନ୍ତ ଜଵତ

Leave a Comment

error: Content is protected !!