ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

ଡାବୁଗାଁ, ୨୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଭାଗୃହରେ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ, ଯେଉଁ ସ୍ଵୟ ସହାୟକ ଗୋଷ୍ଠୀ ମାନଙ୍କର ଆକାଉଣ୍ଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ରହିଛି ସେହି ସ୍ଵୟ ସହାୟକ ଗୋଷ୍ଠୀ ମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ନୂତନ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟ ରେ ଥିବା ଅର୍ଥ ରାଶି ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ କୁ ଟ୍ରାନ୍ସଫର କରି ଋଣ ପାଇଁ ଆବେଦନ କରି ରୁଣ ପାଇପାରିବେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନସନ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏହି ବୈଠକରେ ଏଲଡିଏମ ସୁନୀଲ କୁମାର ଜାମୁଡା, ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ସଂଜୀବ କୁମାର ସେଠୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଆଇସିଡିଏସ ସୁପରଭାଇଜର ପ୍ରଣମିତା ପଟ୍ଟନାୟକ ଓ ବିମଳା ନାୟକ, ମିସନଶକ୍ତି ବିପିଏ ନବୀନ ଭତ୍ରା, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ, ଲ୍ୟାମ୍ପ୍ସ କର୍ମଚାରୀ କୁନୁ ପାତ୍ର ଓ କମିଟି ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଉକ୍ତ ବୈଠକକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

୫୫0 କୁଣହାଁ (କିସାନ ମିର୍ଦ୍ଧା ଓରାମ) ସମାଜର ବାର୍ଷିକ ଉତ୍ସବ 

masiha

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

Leave a Comment

error: Content is protected !!