ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଲିମିଟେଡ୍ ତରଫରୁ ଜଗନ୍ନାଥପୁରଠାରେ ବିଶ୍ବ ଜଳ ଦିବସ ପାଳିତ

ଲାଞ୍ଜିଗଡ଼,୨୨/୦୩(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍ ଆର୍ ବିଭାଗ ତରଫରୁ ଆଜି ବିଶ୍ବ ଜଳ ଦିବସ ଅବସରରେ ଜଗନ୍ନାଥପୁରଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ଡେପୁଟି ସିଏସ୍ଆର୍ ହେଡ୍ ସାନୀନ୍ ଏନ୍ଏସ୍, ସିଏସ୍ଆର୍ ବିଭାଗର ବଣ୍ଟିରାଣୀ ପାଟଗିରି, କବିତା ସାହୁ, ଶ୍ରୀମୁଖ ଅଗସ୍ତି, ଜନ ସଂପର୍କ ବିଭାଗର ଋଷଭ ଗର୍ଗ, କୌଶିକ ପାଟଗିରି, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ମେଡିକାଲ ଅଫିସର୍ ଡ. ପ୍ରଶାନ୍ତ ପରମାଣିକ, ରେସ୍କ୍ୟୁ ଟିମ୍ ର ମୁଖ୍ୟ ଭବାନୀଶଙ୍କର ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ଏକବିଂଶ ଶତାବ୍ଦୀରେ ଜଳ ସଂରକ୍ଷଣ ଏକ ବିରାଟ ଆହ୍ବାନ ହେବାକୁ ଯାଉଥିବାବେଳେ ଜଳ ଅପଚୟ ରୋକିବା ତଥା ଜଳ ସଂରକ୍ଷଣର ଉପକାରିତା ସଂପର୍କରେ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ ! ଏଥିରେ ଜଗନ୍ନାଥପୁରର ଯୁବଗୋଷ୍ଠୀଙ୍କ ସମେତ ବରିଷ୍ଠ ନାଗରିକଗଣ ଉପସ୍ଥିତ ରହିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

masiha

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ନର୍ଲା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ,  ୫୪ ୟୁନିଟ ରକ୍ତ ସଂଗୃହୀତ 

Sunil Chandra Nayak

Leave a Comment

error: Content is protected !!