ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡବାଣ୍ଠା ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି,ଘରେ ପଶୁଛି ପାଣି,ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

ବଡବାଣ୍ଠା ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି,ଘରେ ପଶୁଛି ପାଣି,ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

ମୟୂରଭଂଜ – ୧୯/୦୮ —   ଲଗାଣ ବର୍ଷାରେ ବିଜାତଳା ବ୍ଳକର ସରଗଡା ପଞ୍ଚାୟତର ବଡବାଣ୍ଠା ଗ୍ରାମ ରାସ୍ତା ଜଳମଗ୍ନ ।ଆଣ୍ଠୁରେ ପାଣିରେ ଉବୁଟୁବୁ ରାସ୍ତା । କେଉଁଠି ଘର ଭିତରେ ପାଣି ପଶି ଯାଇଛି ତ ଆଉ କେଉଁଠି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେତେକ ସ୍ଥାନରେ ରାସ୍ତା ଉପରେ ପ୍ରଖର ସ୍ରୋତରେ ପାଣି ଚାଲୁଛି । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗାଁଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ ଘର ଭିତରେ ଆଣ୍ଠୁଏ ପାଣି।ଗାଁ ଭିତର ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ରାସ୍ତାର ପାଣି ନିଷ୍କାସନ ହୋଇ ପାରୁନାହିଁ। ଯିବା ଆସିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଛୁଆପିଲା,ଵୁଢାଵୁଢି,ଗୋରୁ ଗାଈ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ।ତେଣୁ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ଡ୍ରେନ ସହ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାଵି କରୁଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ 

masiha

ପ୍ରଫେସର ସମର ମୁଦାଲିଙ୍କୁ ୨୦୨୪ ପାଇଁ ଓଡିଶା ସଙ୍ଗୀତ ନାଟକ ପୁରସ୍କାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!