ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିଷର ସାଧାରଣ ପବୃତ୍ତି ହେଉଛି କବି ପବୃତ୍ତି: ଉମାକାନ୍ତ

ଇସ୍ପାତ ସାହିତ୍ୟ ସଂସଦର ବିଶ୍ବ କବିତା ଦିବସ ପାଳନ 

 ରାଉରକେଲା/ ମଣିଷର ପବୃତ୍ତି ହେଉଛି କବି ପବୃତ୍ତି । କବିତା ଭିତରେ କବିତା ଥାଏ ବୋଲି ଅଧ୍ୟାପକ ଉମାକାନ୍ତ ପ୍ରଧାନ ଅତିଥି ଭାବେ ଯୋଗଦେଇ ମତବ୍ଯକ୍ତ କରିଛନ୍ତି । ଇସ୍ପାତ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ବିଶ୍ବ କବିତା ଦିବସ ପାଳନ ଅବସରରେ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ଆବାହକତ୍ବ ତଥା ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ଉମାକାନ୍ତ ପ୍ରଧାନ ଓ ଡଃ ଅଶ୍ବିନୀ କୁମାର ରାୟ ଯୋଗଦେଇ ବିଶ୍ବ କବିତା ଦିବସ ପାଳନର ଆଭିମୁଖ୍ଯ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଇଂ ଜଳଧର ପ୍ରଧାନ ଙ୍କ ନବମ ସଂକଳନ ‘ ଆମ ଗାଁ, ସେବର,ଏବର ଆଉ ଆଗକୁ ‘ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅଧ୍ୟାପକ ଡଃ ରାୟ ପୁସ୍ତକ ଟିକୁ ସମୀକ୍ଷା କରିବା ସହ କବି ଇଂ ପ୍ରଧାନଙ୍କ ପଲ୍ଲିଶ୍ରୀ ର ବର୍ଣ୍ଣନା ଅତି ଚମତ୍କାର ବୋଲି ମତ ରଖିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଅଧ୍ୟାପକ ପ୍ରଧାନ ଉପରୋକ୍ତ ମନ୍ତବ୍ଯ ସହ ଗଛରୁ ପତ୍ର ପଡିବା, ଶିଶୁ ଜନ୍ମର କ୍ରନ୍ଦନରୁ କବିତା ଆରମ୍ଭ ବୋଲି କହିଥିଲେ । ଏହା ସହ କବି ଓ କବିତା ମଧ୍ୟରେ ସଂପର୍କ ତଥା ବକ୍ତା, ଶ୍ରୋତା,କବି, କବିତା ସଂପର୍କରେ ବକ୍ତବ୍ଯ ରଖିଥିଲେ । ଶ୍ରୋତା ଓ ଦର୍ଶକ କବିଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ସ୍ବାଗତ ଭାଷଣ, ସଭାପତି ଶ୍ରୀ ଦାଶ ସଭାପତିତ୍ବ ଅଭିଭାଷଣ, ଓ ସଂପାଦକ ଶ୍ରୀ ବିଶ୍ବାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାକ୍ତନ ସଭାପତି ତ୍ରିଲୋଚନ ମଥାନ ଓ ହରମୋହନ ମିଶ୍ର ବିଶ୍ବ କବିତା ଦିବସ ପାଳନ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେବା ସହ ଅନୁଷ୍ଠାନର ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ । ପୁସ୍ତକର ଲେଖକ ଇଂ ପ୍ରଧାନ ପୁସ୍ତକ ସଂପର୍କରେ ନିଜର ଆଭିମୁଖ୍ଯ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିବା ବେଳେ ସଂପାଦକ ଶ୍ରୀ ବିଶ୍ବାଳଙ୍କ ଅବସରକାଳୀନ ବିଦାୟ ଓ ଅନୁଷ୍ଠାନ ପ୍ରତି ସମର୍ପିତ ଭାବନା ଯୋଗୁଁ ସମ୍ବର୍ଦ୍ଧନା ଦିଆଯାଇଥିଲା । କବି ବିଭୁ ନାୟକ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ଅଜୟ କୁମାର ମହାନ୍ତିଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ବେଳେ ଅତିଥିମାନେ ଅନୁଷ୍ଠାନର ବାର୍ଷିକ କ୍ୟାଲେଣ୍ଡର୍ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବନଲତା ମିଶ୍ର ଙ୍କ ସଭାପତିତ୍ବ ତଥା ମମତା ଜେନା ଓ ଶ୍ବେତ କୁମାର ବେହେରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ମିତା ପ୍ରଧାନ, ଜଳଧର ପ୍ରଧାନ,କଳ୍ପନା ନନ୍ଦ,ଉପେନ୍ଦ୍ର କୁମାର ବସ୍ତିଆ, ହରମୋହନ ମିଶ୍ର, କୁଞ୍ଜବିହାରୀ ରାଉତ, ଶିବ ପ୍ରସାଦ ବେହେରା, ଏଲିନା ମହାନ୍ତି, ମଞ୍ଜୁଳା ରଥ,ଡା ଗୀତାଞ୍ଜଳୀ ପତ୍ରୀ, ସବିତା ବସ୍ତିଆ,ବିଜୟିନୀ ଜେନା, ରଶ୍ମିବାଳା ରାଉତରାୟ, ଅର୍ଚ୍ଚନା ପାତ୍ର, ଚିତ୍ତରଞ୍ଜନ ବ୍ରହ୍ମା, ଅଜୟ ମହାନ୍ତି, ସତ୍ୟବ୍ରତ ଦାସ , ପ୍ରତାପ କୁମାର ପଣ୍ଡା,ଗଦାଧର ରଥ ଓ ସଂଯୋଜକ ଦ୍ବୟ ତଥା ସଭାପତି ସ୍ବରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଗୌତମ ଦାସ, ତାରିଣୀ ଚରଣ ସାହୁ,ଅଭିରାମ ପ୍ରଧାନ, ବିଜନ ପ୍ରଧାନ,ଭାନୁମତି ପ୍ରଧାନ, ଡଲିରାଣୀ ବ୍ରହ୍ମା, ଡା କୃପାସିନ୍ଧୁ ନାୟକ, ସାଗର ମହାନ୍ତି, ଗଙ୍ଗାଧର ପୁହାଣ, କନକଲତା ମିଶ୍ର, ହରିହର ଶତପଥୀ, ବ୍ରଜବିହାରୀ ଦାଶ, ଅଶୋକ ମହାନ୍ତି, ଦିବାକର ଦାସ,ବିକ୍ରମଚନ୍ଦ୍ର ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମଲ, ରଙ୍କନିଧି ସେଠୀ, ରଶ୍ମିତ ସାହାଣୀ, ମୀନକେତନ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା 

masiha

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

masiha

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ସମ୍ବେଦନଶୀଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Sunil Chandra Nayak

Leave a Comment

error: Content is protected !!