ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁ ସୂଦନ ଜୟନ୍ତୀ ପାଳନ

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁ ସୂଦନ ଜୟନ୍ତୀ ପାଳନ

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରରେ ନବ ଉତ୍କଳ ନିର୍ମାତା ତଥା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାର ର ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ବ ଓ ସାଂସ୍କୃତିକ ସମ୍ପାଦିକା ସୁବାସିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବର ବକ୍ତା ଭାବେ ଶିକ୍ଷାବିତ ରାଜ କୁମାର ମହାନ୍ତି ଯୋଗଦେଇ ଆଲୋଚ୍ୟ ବିଷୟ ‘ ଶତାବ୍ଦୀ ପୁରୁଷ କୃଷ୍ଣଚନ୍ଦ୍ର ଗଜପତି ଶୀର୍ଷକ ଉପରେ ଆଲୋଚନା କରି କହିଲେ ଯେ ଓଡିଶା ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ ଓ ପ୍ରଥମ ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇ ଓଡ଼ିଶା ହାଇକୋର୍ଟ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ସେ ନିଜର ପ୍ରତିବଦ୍ଧତା କୁ ରକ୍ଷା କରିଥିଲେ। ଦ୍ଵିତୀୟ ବକ୍ତା ଭାବରେ ଛେଣ୍ଡ ଚିନ୍ମୟ ବିଦ୍ୟାଳୟ ଅଧ୍ୟକ୍ଷା ଶର୍ମିଷ୍ଠା କଵି ଶତପଥୀ ଯୋଗଦେଇ ଓଡିଶା ଗଠନ ଓ ମଧୁବାବୁ ଶୀର୍ଷକ ଉପରେ ବକ୍ତବ୍ୟ ରଖି କହିଲେ ଯେ ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଦେଶପ୍ରାଣ ଉତ୍କଳ ଗୌରବ ମଧୁସୁଦନ ଦାସ ଅନ୍ୟତମ ।ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ କବି ବ୍ରହ୍ମାନନ୍ଦ ପାଢ଼ୀ ଓ ସୁପ୍ତି କର ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କଵି ଉପେନ୍ଦ୍ର କୁମାର ବସ୍ତିଆ, ମଞ୍ଜୁଳା କୁମାରୀ ରଥ, ସୁଭାଷିନୀ ସାହୁ, ବ୍ରହ୍ମାନନ୍ଦ ପାଢ଼ୀ, ସୁପ୍ତି କର ଏବଂ ଶେଷରେ କଵି ସୁଶାନ୍ତ ନାୟକଙ୍କ ଅନୁରୋଧରେ ତାଙ୍କ ଲିଖିତ କବିତା ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ପାଠ କରିଥିଲେ। ଶେଷରେ ବସନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅନୀଲ କୁମାର ଦାଶ, କିଶୋରୀ ମୋହନ କର, କବିତା ଦାଶ, ଶରତ ରାଉତ, ବିଭୁଦତ୍ତ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, କୁଳମଣି ଦାସ, ସୁମନ୍ତ ପତି, ମନୋଜ କୁମାର ନନ୍ଦ, ନାରାୟଣ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ

masiha

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନସ୍ପାୟାର-ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ୨୦୨୧-୨୨ ଉଦ୍ ଯାପିତ

Sunil Chandra Nayak

ଜି ଟିଭି ଭାରତ ଓଡ଼ିଆର ୬ଷ୍ଠ ବାର୍ଷିକ ଉତ୍ସବ, ସାମ୍ବାଦିକମାନେ ସମାଜ ସଂସ୍କାର ପ୍ରମୁଖ ବିନ୍ଧାଣି

Sunil Chandra Nayak

Leave a Comment

error: Content is protected !!