ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଇବର ଅପରାଧୀଙ୍କ ନୂଆ କୌଶଳ  ଏସବିଆଇ ୟୋନୋ ଆପ ନାମରେ ଠକି ନେଲେ ୩୭ ହଜାର ଟଙ୍କା

ସାଇବର ଅପରାଧୀଙ୍କ ନୂଆ କୌଶଳ 

ଏସବିଆଇ ୟୋନୋ ଆପ ନାମରେ ଠକି ନେଲେ ୩୭ ହଜାର ଟଙ୍କା

ଲାଞ୍ଜିଗଡ,୨୯/୦୪(ମନିସ)-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସାଧାରଣ ଲୋକେ ଯେତିକି ଉପକୃତ ହେଉଛନ୍ତି ସେଇ ପରିମାଣରେ ମାତିଛନ୍ତି ସାଇବର ଅପରାଧୀ। ଦିନକୁ ଦିନ ସ୍ମାର୍ଟ କୌଶଳ ଅବଲମ୍ବନ କରି ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ଚାଲିଛନ୍ତି। ଏହିପରି ଭାବେ ଦେଶର ସବୁଠୁ ବିଶ୍ୱସନୀୟ ଆର୍ଥିକ ସଂସ୍ଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ କାରବାର ପାଇଁ ଉଦ୍ଦିଷ୍ଟ ୟୋନୋ ଆପ ନାଁରେ ଲୋକଙ୍କୁ ହ୍ଵାଟ୍ସଆପ ଜରିଆରେ ମେସେଜ କରି ଏବେ ଆର୍ଥିକ ଠକେଇ ପାଇଁ ମାତିଛନ୍ତି ସାଇବର ଲୁଟେରା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତଥା ବେନଗାଁ ପଂଚାୟତ ପଦ୍ମଥୋପା ଗାଁର ହରିହର ନାଏକ ନାମକ ଜଣେ ଯୁବକଙ୍କ ଏକାଉଣ୍ଟରୁ ୩୭ ହଜାର ୪୪୮ ଟଙ୍କା କଟିଯିବା ପରେ ଏହି ଠକେଇ ସମ୍ପର୍କରେ ସୂଚନା ମିଳିଛି। ଏନେଇ ହରିହର ଭବାନୀପାଟଣାସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ଏଇ କିଛିଦିନ ହେଲା ଲୋକଙ୍କୁ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଏସଵିଆଇ ୟୋନୋ ଇନଷ୍ଟଲ କରିବାକୁ ମେସେଜ ଲିଙ୍କ ଆସୁଛି। ଏଇ ଲିଙ୍କରେ କ୍ଲିକ କରି ୟୋନୋ ଆପ ଇନଷ୍ଟଲ କଲେ ୭୩୪୫ ଟଙ୍କା ରିୱାର୍ଡ ମିଳିବ ବୋଲି କୁହାଯାଇଥିବାରୁ ଉତ୍ସୁକତାବଶତଃ ହରିହର ଏଇ ଲିଙ୍କରେ କ୍ଲିକ କରିଥିଲେ। ଏହାପରେ କିଛି ପର୍ଯ୍ୟାୟ ଗଲା ପରେ ତାଙ୍କ ଏକାଉଣ୍ଟରୁ ପ୍ରଥମ ପର୍ଯ୍ୟାୟରେ ୨୯୦୦, ଦ୍ଵିତୀୟ ପର୍ଯ୍ୟାୟରେ ୧୭, ୪୬୬ ଓ ତୃତୀୟ ପର୍ଯ୍ୟାୟରେ ୧୭୦୮୨ ଟଙ୍କା କଟିଯାଇଥିଲା। କେବଳ ସେତିକି ନୁହେଁ, ତାଙ୍କ ଫୋନରେ ଥିବା ସମସ୍ତଙ୍କ ମୋବାଇଲ ନମ୍ବର ଓ ଗ୍ରୁପକୁ ଏଇ ଲିଙ୍କ ସେୟାର ହୋଇଯାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ସେ ବ୍ୟାଙ୍କ ସହିତ ଯୋଗାଯୋଗ କରିବା ପରେ ସେ ସାଇବର ଲୁଟେରାଙ୍କ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ନିଜ କଷ୍ଟ ଉପାର୍ଜିତ ଅର୍ଥରାଶିକୁ ସାଇବର ଲୁଟେରା ଲୁଟିନେବା ପରେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ହରିହର। ନିଜର ଟଙ୍କା ଫେରିପାଇବାକୁ ପୁଲିସ, ସାଇବର ପୁଲିସ ଓ ବ୍ୟାଙ୍କ ନିକଟରେ ନେହୁରା ହେଉଛନ୍ତି। ତେବେ ଏସବିଆଇ ପକ୍ଷରୁ ୟୋନୋ ଆପ ଇନଷ୍ଟଲ ପାଇଁ ବ୍ୟାଙ୍କ ବ୍ୟତୀତ କାହାକୁ ଅନୁମତି ଦିଆଯାଇନାହିଁ, ଏବଂ ଲୋକେ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି। କୌଣସି ଅଜଣା ଲିଙ୍କକୁ ନଖୋଲିବାକୁ ଓ କାରବାର ନକରିବାକୁ ସାଇବର ବିଶେଷଜ୍ଞଙ୍କ ତରଫରୁ ପରାମର୍ଶ ଦିଆଯାଇଛି।                     

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ , ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

masiha

ବିଷ ଖାଇ ବୃଦ୍ଧ ଙ୍କ ଆତ୍ମହତ୍ୟା 

Sunil Chandra Nayak

ମଦ ବିରୁଦ୍ଧରେ ଜନତା ସଚେତନ ହେଲା ବେଳେ ପ୍ରଶାସନ ର ନିଦ ଭାଙ୍ଗୁନି ! ଗାଁ କୁ ଗାଁ ଗଳି କୁ ଗଳି ମଟର ସାଇକେଲ ରେ ଯାଉଛି ପେଟି ପେଟି ମଦ

masiha

Leave a Comment

error: Content is protected !!