ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ପୋଲିସ ଯନ୍ତାରେ ୭ ଜୁଆଡି

ବିଶୋଇ ପୋଲିସ ଯନ୍ତାରେ ୭ ଜୁଆଡି

  ମୟୂରଭଞ୍ଜ -;୪/୦୮ ( ମସିହା)ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଜୁଆଡି ରାକେଟ ସକ୍ରିୟ । ଅଧିକାଂଶ ଜାଗାରେ ପୋଲିସ ଟେର ପାଉନାହିଁ ‌।ଆଇନ ଯେତେ କଡ଼ା ହେଲେ ମଧ୍ୟ ଜୁଆଡିଙ୍କ ଫୁ ।ଜୁଆଖେଳ ଯୋଗୁଁ ଯୁବଗୋଷ୍ଠୀ ସର୍ବନାଶ ହେବା ସହ ସେମାନଙ୍କ ଆର୍ଥିକ ପରିସ୍ଥିତି ବିଗିଡି ଯାଉଛି ।ଜୁଆ ଯୋଗୁଁ କାହାର ପୁଷମାସ ତ କାହାର ସର୍ବନାଶ । ଆଇନର ଗଳାବାଟ ଦେଇ ଖସି ଯାଉଛନ୍ତି ଜୁଆଡି ।ନିରିହ ଆଦିବାସୀମାନେ ଜୁଆଖେଳ ପ୍ରଲୋଭନ ରେ ପଡ଼ି ଟଙ୍କା,ଅର୍ଥରେ ଶୋଷଣର ଶିକାର‌ ହେଉଛନ୍ତି । ସରକାର ଜୁଆଖେଳ ଉପରେ କଠୋର ନିୟମ କରିଥିଲେ ମଧ୍ୟ ଜୁଆଡିଙ୍କ ଏହାକୁ ଖାତିର ନାହିଁ ।ସର୍ବନାଶ ହିଁ ସର୍ବନାଶ କିଏ ଜୁଆ ଖେଳରେ ତ କିଏ କ୍ରିକେଟ ବେଟିଂରେ, ତ କିଏ ମୋବାଇଲ ଗେମରେ ତ, କିଏ ସୁଧ କାରବାରରେ ତ ,କିଏ ସାଇବର କ୍ରାଇମରେ ତ, କିଏ ଚାକିରୀ ଲୋଭରେ ତ ,କିଏ ହନୁମାନ ପଇସା କାରବାରରେ ତ, କିଏ କ୍ରିପକୋ କଏନ କାରବାରରେ ତ, ଏସଏସଜି ମହିଳାଙ୍କ ଫାଇନାନ୍ସ କାରବାରରେ ଶୋଷଣର ଶିକାର ହେଉଛନ୍ତି ।

 ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ଶ୍ରୀ ଲଷ୍ମୀ ହୋଟେଲ ପଛପଟେ ଥିବା ବାଢୁଣିଆ ପଡିଆ ଠାରେ ଦୀର୍ଘ ଦିନରୁ ଚାଲିଆସୁଥିବା ଜୁଆ ଆଡ୍ଡା କୁ ଏକ ବିଶେଷ ସୂତ୍ର ରୁ ଖବର ପାଇ ବିଶୋଇ ପୋଲିସ ଙ୍କ ଦ୍ୱାରା ଗତ ଶନିବାର ରାତି ଅତର୍କିତ ଚଢ଼ାଉ ହୋଇଥିଲା l ସେଠାରୁ ପନ୍ଦର ହଜାର ଶହେ ଵାସ୍ତରୀଟଙ୍କା, ୭ ଟି ମୋବାଇଲ, ୧୭ ଟି ବାଇକ, ସ୍କୁଟି 1, ଓଟୋ ଗୋଟେ, super turbo ଡାଲା ଗାଡି ଗୋଟେ ଏବଂ ସାତଜଣ ଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ସହ କିଛି ଛୁଇଁବି ପୋଲିସଙ୍କୁ ଦେଖି ଅନ୍ଧାରିଆ ଭିତରେ ପ୍ରାଣ ବିକଳରେ ଖସି ପଳାଇବାକୁ ସମର୍ଥ ହୋଇଛନ୍ତି l ଏନେଇ ବିଶୋଇ ଥାନାରେ କେଶ୍ ନମ୍ବର ୧୩୦/୨୪ ରେ ଏକ ମାମଲା ରୁଜୁ କରି ପୋଲିସ ତାର ତଦନ୍ତ ଜାରି ରଖିଛି l ବିଶୋଇ ଥାନାଧିକାରୀ ମିନି ଭୋଇଙ୍କ ନେତୃତ୍ୱରେ ପୋଲିସକୁ ସଫଳତା ମିଳିବା ସହ ଜୁଆଡିଙ୍କ ପ୍ରତି ବିଶୋଇ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।ତଦସହ ବାମନଘାଟୀ ଉପଖଣ୍ଡର ବିଭିନ୍ନ ଥାନା ଅଂଚଳରେ ଲୁଚାଛୁପା ଜୁଆଖେଳ ପ୍ରତି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

୫ଲକ୍ଷ ବ୍ରାଉନସୁଗାର ଜବତ ; ୫ଗିରଫ 

Sunil Chandra Nayak

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମରଣାତ୍ମକ ଆକ୍ରମଣ: ଛଅ ଆହତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ଏକ ଅଭାବନୀୟ ଘଟଣା… ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

masiha

Leave a Comment

error: Content is protected !!