ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ” ଆମ ମାଟିର ଗୀତିକବି ସମ୍ମାନ “

କବି ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ” ଆମ ମାଟିର ଗୀତିକବି ସମ୍ମାନ “

 ବାଲେଶ୍ବର,୦୫/୮/୨୪- ଉତ୍ତର ଆଧୁନିକ ରୋମାଣ୍ଟିକ ପଦ୍ୟ ସାହିତ୍ୟର ବିଶିଷ୍ଟ ରୂପକାର ତଥା ଓଡିଶା ସାହିତ୍ୟ ଏକାଡେମୀର ବାଲେଶ୍ବର ଜିଲ୍ଲାର ପ୍ରାକ୍ତନ ସଦସ୍ୟ କବି ଡକ୍ଟର ଭରତ ଚନ୍ଦ୍ର ଦାଶଙ୍କୁ ବାଲେଶ୍ବର ପ୍ରଜାପତି ସାହିତ୍ୟ ଶାଖା ଅକ୍ଷରର ଗୁଞ୍ଜରଣ ଗୀତିକବିତା ପର୍ବରେ ” ଆମ ମାଟିର ଗୀତିକବି ସମ୍ମାନ ” ମିଳିଛି ।   ଗତକାଲି ସଂଧ୍ୟାରେ ଆତିଥ୍ୟ ଭବନରେ ଅନୁଷ୍ଠିତ ଗୁଞ୍ଜରଣ ଗୀତିକବିତା ପର୍ବରେ ପ୍ରଜାପତିର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡକ୍ଟର ହିମାଂଶୁ ପଣ୍ଡା, ଅନ୍ୟତମ ଅତିଥିଭାବେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ଶିରୀଶ କୁମାର ଜେନା, କବି କୃଷ୍ଣ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ତାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । କବି ଡକ୍ଟର ଦାଶ ଦୀର୍ଘ ୪ ଦଶନ୍ଧି ଧରି ସାହିତ୍ୟ ସାଧନା କରୁଛନ୍ତି । ସେ ଶିଳାପ୍ରତ୍ୟୟ , ପ୍ରୀତିପର୍ଣ୍ଣା, ପ୍ରୀତିପୁଷ୍ପ, ପ୍ରୀତିଶସ୍ୟ, ପ୍ରୀତି ସୁଧା, ପ୍ରୀତିଲଗ୍ନା , ପ୍ରୀତିପ୍ରଜ୍ଞା, ପ୍ରୀତିଛନ୍ଦା, ପ୍ରୀତିକଳା, ପ୍ରୀତିଲତା, ପ୍ରୀତିଲେଖା, ପ୍ରୀତିଗନ୍ଧା ପ୍ରୀତିପ୍ରଭା, ପ୍ରୀତିଝର ପ୍ରୀତିନନ୍ଦା ଆଦି ୧୫ ଖଣ୍ଡ କବିତା ସଂକଳନର ରଚୟିତା ଅଟନ୍ତି । ରୋମାଣ୍ଟିକ ଚେତନାର ଅନନ୍ୟ ରୂପକାର ଭାବେ ୨୬ ଶହ ଏକପଦୀ ରଚନା କରି ପ୍ରେମ ଓ ପ୍ରଣୟର କବିଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଚେତନା ସାହିତ୍ୟ ସମ୍ମାନ, ଦୀନକୃଷ୍ଣ ସ୍ମୃତି ସଂସଦ, ଜଳେଶ୍ବର ପକ୍ଷରୁ କବିତା ସମ୍ମାନ, ଓଡିଶା ସେବାରତ୍ନ ସମ୍ମାନ ସମେତ ଓଡିଶା ସରକାରଙ୍କ ପ୍ରକୃତି ବନ୍ଧୁ ସମ୍ମାନ, ସୁଲେଖା କବି ସମ୍ମାନ, କବିବର କବିତା ସମ୍ମାନ ଲାଭ କରିଛନ୍ତି । ସୃଜନ ଶ୍ରୀକ୍ଷେତ୍ର, ମଦର ଟେରେସା ଫିଲାନଥ୍ରୋପିକ ଆସୋସିଏସନ, ଓଡିଆ ଭାଷା ସାହିତ୍ୟ ଶିକ୍ଷଣ ସଂସ୍ଥାନ, ଓଡିଆ ଶ୍ରୀ ଆଦି ବହୁ ଅନୁଷ୍ଠାନର ପ୍ରତିଷ୍ଠାତା ଭାବେ ଓଡିଆ ଭାଷା ସାହିତ୍ୟର ବିକାଶ, ପ୍ରଚାର ଓ ପ୍ରସାର ପାଇଁ କବି ଡକ୍ଟର ଦାଶ କାର୍ଯ୍ୟ କରୁଛନ୍ତି । ନିକଟରେ ସେ ସମାଜସେବା ପାଇଁ ନୂଆଦିଲ୍ଲୀରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି ।।   

   ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବ୍ରାହ୍ମଣ ସମାଜର ବିରାଟ ଶୋଭାଯାତ୍ରା

Sunil Chandra Nayak

ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

masiha

ସାରୁ ପଞ୍ଚାୟତରେ ପାନୀୟ ଜଳ ଘୋର ସଙ୍କଟ ,ସମାଧାନ ହେବ କେବେ ? ନଳକୂପ ସାଜିଛି ଗ୍ରାମବାସୀ ସାହାରା 

Sunil Chandra Nayak

Leave a Comment

error: Content is protected !!