ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା କୁ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଙ୍କ ଗସ୍ତ

ନୂଆପଡ଼ା ଜିଲ୍ଲା କୁ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଙ୍କ ଗସ୍ତ

ନୂଆପଡ଼ା ଜିଲ୍ଲା କୁ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଙ୍କ ସୋମବାର ଗସ୍ତ କରିଛନ୍ତି। ପୂର୍ବରୁ ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲ୍ଲାର ୧୫ ଏପ୍ରିଲ ରେ ସମୀକ୍ଷା କରିଥିବା ବେଳେ ସୋମବାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ସମୀକ୍ଷା ବୈଠକ ରେ ଯୋଗଦାନ କରିଛନ୍ତି।ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିବା ବେଳେ ନିର୍ବାଚନ କୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଅନୁଷ୍ଠିତ ପାଇଁ ଆଲୋଚନା କରିଥିଲେ। ଜିଲ୍ଲାରେ ୧୦ ସେକ୍ସନ କେନ୍ଦ୍ର ଅର୍ଦ୍ଧ ସାମରିକ ବାହିନୀ ମହଜୁଦ ଥିବା ସୂଚନା ଦେଇଛନ୍ତି। ଏହି ବୈଠକ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଂଜୟ କୁମାର, ଏଡିଜେ ଅପରେସନ, ଡିଆଇଜି ବିଶାଳ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି କାରଣ ସିଂ ମୀନା ଦୁଇ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ବୈଠକ ରେ ନିର୍ବାଚନ ର ପ୍ରାକ୍ ପ୍ରସ୍ତୁତି, ଜାନୁଆରୀ ମାସରେ ନିର୍ବାଚନ ନେଇ ପ୍ରତିଷେଧକ ମୂଳକ ପଦକ୍ଷେପ, ଅଭିଯୁକ୍ତଙ୍କ ପରୱାନା କାର୍ଯ୍ୟ, ଚୋରା ମଦ,ମାଦକ ଦ୍ରବ୍ୟ, ସହ ସୀମା ସୁରକ୍ଷା ପୋଷ୍ଟ ନିର୍ମାଣ,ଫ୍ଲାଇଙ୍ଗ ସ୍କାଡ ଗଠନ, ଯାଞ୍ଚ, ଫ୍ଲାଗ ମାର୍ଚ୍ଚ,ନେଇ ସମୀକ୍ଷା କରିଛନ୍ତି। ଦୁଇ ଗୋଟି ଜିଲ୍ଲା ର ୧୩ ଗୋଟି ରାଜ୍ୟ ସୀମା ୨ହଜାର ବୁଥ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

ଡାବୁଗାଁରେ ଜାତୀୟ ଭୋଟର ଦିବସ ପାଳିତ 

masiha

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

Leave a Comment

error: Content is protected !!