ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ 

କନ୍ଧମାଳ, ୨୯/୦୪/୨୪, (ମନିସ): ପ୍ରବଳ ରୌଦ୍ର ତାପ ସତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରା ଓ ପଟୁଆର ରେ ଆସି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ଜନତା ଦଳ ନିକଟସ୍ଥ ଅସ୍ଥାୟୀ କାର୍ଯ୍ୟାଳୟ ଠାରୁ ପାରମ୍ପରିକ ନୃତ୍ୟ ,ବାଦ୍ୟ ଯନ୍ତ୍ର ତାଳେ ତାଳେ ବାଲିଗୁଡା ,କ.ନୂଆଗାଁ ,ତୁମୁଡିବନ୍ଧ , କୋଟଗଡ ବ୍ଲକ ଓ ବାଲିଗୁଡା ଏନଏସି ର ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ବସଷ୍ଟାଣ୍ଡ , ମୁଖ୍ୟ ବଜାର, ଗାନ୍ଧୀ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଡ.ରିନା ପ୍ରଧାନଙ୍କ ନିକଟ ରେ ୨ ସେଟ ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ,ଜିଲ୍ଲା ପଯ୍ୟବେକ୍ଷକ ବିଜୟ ନାୟକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ,ପୂର୍ବତନ ବିଧାୟକ ରାଜୀବ ପାତ୍ର ,ସଂଯୋଜକ ଟୁନା ଦାସ , ଅଜୟ ମହାରଣା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭରଷା କରି ଟିକଟ ଦେଇଥିବାରୁ ଧନ୍ୟବାଦ ପ୍ରଦାନ କରିବା ସହ ଚାରୋଟି ବ୍ଲକ ଓ ବାଲିଗୁଡା ଏନଏସି ର ଜନସାଧାରଣ ଓ ତାଙ୍କ ଉପରେ ଭରଷା କରି ଆଜି ଆସିଥିବାରୁ ଦଳର ସମସ୍ତଙ୍କୁ ବିଧାୟକ ପ୍ରାର୍ଥୀ ଚକ୍ରମଣି ଧନ୍ୟବାଦ ପ୍ରଦାନ କରିଛନ୍ତି । ସାଂସଦ ଡ.ଅଚ୍ୟୁତ ସାମନ୍ତ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ, ବାଲିଗୁଡା ବିଧାନସଭା ମଣ୍ଡଳୀ ର ସମସ୍ତ ଜନସାଧାରଣ ଚକ୍ରମଣି କହଁରଙ୍କୁ ପୁଣି ଥରେ ଆଶୀର୍ବାଦ ପ୍ରଦାନ କରି ବିଜୟୀ କରାନ୍ତୁ ବୋଲି ଅପିଲ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପ୍ରଚାର ମଇଦାନକୁ ଓହ୍ଲାଇଲା ବିଜୁଜନତା ଦଳ

masiha

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

masiha

ଵିଜାତଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଙ୍କ ରୋଡ଼ ସୋ

masiha

Leave a Comment

error: Content is protected !!