ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

ଚନ୍ଦାହାଣ୍ଡି -(23/3ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରlମୁଣ୍ଡା ପଂଚାୟତ ଅନ୍ତର୍ଗତ ବାବୁରିଆ ଗ୍ରାମ ଠାରେ ବିଜେଡି ଗଡ଼ ରେ ଭାରତୀୟ ଜନତା ପାର୍ଟି ର ଏକ ମିଶ୍ରଣ ପର୍ବ ମଣ୍ଡଳ ସଭାପତି ପ୍ରତାପ ବାଘ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜଗଦିଶ ବିଶୋଇ, ମୁଖ୍ୟ ବକ୍ତା ରାୟଗଡା ପ୍ରଭାରୀ ଗୋବିନ୍ଦ ଜୈନ, ଜିଲ୍ଲା ସମ୍ପାଦକ ଫିରୋଜ ଷଡ଼ଙ୍ଗୀ,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ମାଝୀ,ଧୋଡ୍ରl ମଣ୍ଡଳ ସଭାପତି ମନୁ ଭତ୍ରା, ଚଚା ମଣ୍ଡଳ ସଭାପତି ନରସିଂହ ଭତ୍ରା, ବରିଷ୍ଠ ବିଜେପି ନେତା ଦିଲୀପ ଦାସ, ଭରତ ବାଘ, ବସନ୍ତ ମାଝୀ, ଜଗଦିଶ କଲାର, କୃଷକ ମୋର୍ଚ୍ଚା ସଭାପତି ସୁକୃ ନାୟକ,ଚନ୍ଦାହାଣ୍ଡି ସମିତି ସଭ୍ୟ ପୌରୁଷ ମାଝୀ,ଯୁବ ମୋର୍ଚ୍ଚା ସଭାପତି ଯାଦବ ବଗର୍ତି, ଡମ୍ବରୁ ନାୟକ, ମୁରଲୀ ପୋଡ଼, ଶରତ ମେହେର,ମାନସିଂ ଚୌହାନ, ସୁରେଶ ପୋଡ଼, ଲୋଚନ କଟା, ଗୁଞ୍ଚୁ ପୂଜାରୀ ପ୍ରମୁଖ ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଅତିଥି ମାନେ ମତବ୍ୟକ୍ତ କରିବl ଶହ ରାଜ୍ୟ ସରକାର ତଥା ସାଂସଦ, ବିଧାୟକ, ମନ୍ତ୍ରୀ ମାନେ ଜଣେ ସଚିବଙ୍କ ଦ୍ୱାରା କଣ୍ଢେଇ ଭଳି ଥିବା ବେଳେ ବିଭିନ୍ନ ଦୁର୍ନୀତି ରେ ବୁଡି ରହିଥିବା ଅତିଥି ମାନେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ l ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବେହେରାମୁଣ୍ଡା ପଂଚାୟତ ର ସରପଞ୍ଚ ଚନ୍ଦ୍ରିକା ଧୂରୁଆ, ପୂର୍ବତନ ସରପଞ୍ଚ ଦଶରଥ ଧୂରୁଆ, ଚହର ସୁନାନୀ, ଶ୍ୟାମ ସୁନ୍ଦର ନାଗ ଙ୍କ ନେତୃତ୍ୱ ରେ ଦୁଇ ଶହ ରୁ ଉର୍ଦ୍ଧ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ l ଆଜି କେନ୍ଦ୍ରୀୟ ନିଷ୍ପତି କ୍ରମେ ରାଜ୍ୟ ବିଜେପି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ ଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଥିବାରୁ ଦଳ ସୁଦୃଢ ହେବା ଶହ 2024 ମସିହା ସାଧାରଣ ନିର୍ବାଚନ ରେ ରାଜ୍ୟରେ ବିଜେପି ର ସରକାର ଗଠନ କରିବ ବୋଲି ଜିଲ୍ଲା ସଭାପତି ଜଗଦିଶ ବିଶୋଇ ଓ ରାୟଗଡା ପ୍ରଭାରୀ ଗୋବିନ୍ଦ ଜୈନ ନିଜ ଅଭିଭାଷଣ ରେ କହିଥିଲେ l

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡରୋଡ଼ଠାରେ ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

masiha

ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମତିଥି ପାଳନ କଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର

masiha

ମହିଳାଙ୍କ ଵିରୋଧରେ ଅତ୍ୟାଚାର ଵରଦାସ୍ତ କରାଯିବ ନାହିଁ- ରାଇରଙ୍ଗପୁର ବିଜୁ ମହିଳା

Sunil Chandra Nayak

Leave a Comment

error: Content is protected !!