ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି-୨୩/୦୩/୨୩ -ନବରଙ୍ଗପୁର ଜିଲ୍ଲାର ଅଞ୍ଚଳଗୁମ୍ମା ଲ୍ୟାମ୍ପ ସୌଜନ୍ୟ ରେ ଆଜି ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଏବଂ ଋଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ଏହି ପରିପେକ୍ଷୀରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିଲେଦ୍ରି ନାୟକ ଯୋଗ ଦେଇଥିବା ବେଳେ ଲ୍ୟାମ୍ପ ସଭାପତି ଦିଲିପ ପ୍ରଧାନୀ ଙ୍କ ସଭାପତିତ୍ୱ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଞ୍ଚଳଗୁମ୍ମା ସରପଞ୍ଚ କୁସୁମ ପୂଜାରୀ , ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ କଂଗ୍ର ସରପଞ୍ଚ ଓ ଲ୍ୟାମ୍ପ ଉପ ସଭାପତି ପ୍ରଭାତୀ କନ୍ଧ ଉପସ୍ଥିତ ଥିଲେ। କଂଗ୍ର ଓ ଅଞ୍ଚଳଗୁମ୍ମା ପଞ୍ଚାୟତ ର ବହୁ ଚାଷୀ ସମେତ ଲ୍ୟାମ୍ପ ର ସମସ୍ତ କର୍ମଚାରୀ ,ନିର୍ଦେଶକ ଉପସ୍ଥିତ ଥିଲେ ।ପ୍ରଦୀପ ପ୍ରଜ୍ଵଳନ ପରେ ମୁଖ୍ୟ ଅତିଥି ପଞ୍ଚାୟତ ସ୍ତରରେ ସମବାୟ ବ୍ୟାକିଂ ସେବା ହେଲେ ପଞ୍ଚାୟତ ବାସୀ କିପରି ସୁବିଧା ସୁଯୋଗ ପାଇ ପାରିବେ ପରିଚାଳନା ନିର୍ଦେଶକ ସୁଶୀଳ ମହାପାତ୍ର ଵିସ୍କୃତ ଭାବେ ବୁଝାଇ ଥିଲେ ।ଏକ ଲକ୍ଷ ପର୍ଯ୍ୟନ୍ତ ଋଣ ସୁଧ ଛାଡ ସହ ଏକଲକ୍ଷ ରୁ ଉର୍ଦ୍ଧରେ ୨% ସୁଧ ହାର ।ସମସ୍ତ ସଭ୍ୟ ଙ୍କୁ pmsjy ରେ ଆକାଉଣ୍ଟ ଖୋଲି୨୦ ଟଙ୍କାରେ ୨ଲକ୍ଷର ଜୀବନ ବୀମା ଯୋଜନା କରିବାକୁ ପ୍ରକାଶ କରିଥିଲେ।ଏବଂ ଚାଷ ଋଣ କୁ ଚାଷ କାର୍ଯ୍ୟରେ ଲଗାଇବାକୁ ଏଠାରେ ମତ ପ୍ରକାଶ ପାଇଥିଲା ।କେବଳ ଧାନ ଚାଷକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟାନ୍ୟ ଚାଷକୁ ଗୁରୁତ୍ୱ ଦେବା,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ୫ଲକ୍ଷ୍ ଟଙ୍କା ଋଣ କୁ ସୁଧ ରିହାତି ଭଳି ପ୍ରସଙ୍ଗ ଏଠାରେ ଆଲୋଚନା ହୋଇଥିଲା। ପୁରୁଣା ଋଣ ଉପରେ ମଧ୍ୟ ବିନା ସୁଧ ରେ ଋଣ ପରିଶୋଧ କରିବା ସୁବିଧା ରାଜ୍ୟ ସରକାର କରିଥିବା କହିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଓକିଲ ସଂଘ ତରଫରୁ ମଧୁ ବାବୁ ଜୟନ୍ତୀ ପାଳିତ 

Sunil Chandra Nayak

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

masiha

ମାଟ୍ରିକ ପରିକ୍ଷାର୍ଥୀଙ୍କ ପ୍ରକାଶ ୨୦୨୬ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!