ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5 ଦିନ ହେଲା ବିଦ୍ୟୁତ ଅଚଳ, 6 ଟି ଗାଁ ଅନ୍ଧାକାରରେ 

ପାପଡାହାଣ୍ଡି,23/03, ମନିସ — ପଶ୍ଚିମାଝଡ଼ ଯୋଗୁଁ ଗତ କିଛି ଦିନ ହେଲା ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ଘଡ ଘଡି ଲାଗିରହିଛି | ଏହାର ପ୍ରଭାବରେ ଅଚଳ ହୋଇ ପଡୁଛି ବିଦ୍ୟୁତ ସେବା | ବାରମ୍ବାର ଅଭିଯୋଗ ପରେ ବି ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଁଥିବାରୁ 5 ଦିନ ହେଲା ଅଚଳ ହୋଇପଡିଛି ବିଦ୍ୟୁତ ସରବରାହ | ଫଳରେ ଅନ୍ଧକାରରେ ଜୀବନ ବିତାଉଛନ୍ତି 6 ଖଣ୍ଡ ଗ୍ରାମବାସୀ | ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ ରେ ଏପରି ସମସ୍ୟା ଦେଖାଦେଇଛି | ଲୋକେ ସମସ୍ୟାର ସମଧାନ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି | ଘାଟଗୁଡା ପଞ୍ଚାୟତ ର କାଙ୍ଗମାଝୀଗୁଡା, ଝାରପଦର, ସିରାଗୁଡା, ମିଞ୍ଜରିଆଗୁଡା, କାଳିଆଗୁଡା, ନୁଆଁଗୁଡା ଗ୍ରାମବାସୀ ଦୀର୍ଘ ପାଞ୍ଚ ଦିନ ଧରି ଅନ୍ଧାରରେ ରହିଛନ୍ତି | ଏନେଇ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ ଦିନ ପରେ ଦିନ ଗଡି ଚାଲିଛି କିନ୍ତୁ ଗ୍ରାମ ର ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇପାରୁନି | ଏନେଇ ଟୋଲ୍ ଫ୍ରି ନମ୍ବର ରେ ଯୋଗାଯୋଗ କରିଲେ ବିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତ କରିବା ପାଇଁ କହୁଛନ୍ତି | ଅପରପକ୍ଷରେ ବିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତ କରି ଅଭିଯୋଗ କରିଲେ ବିନା ଟୋଲ ଫ୍ରି ର ଆଦେଶ ରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ବୋଲି ଉତ୍ତର ମିଳୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ବର୍ତମାନ ପିଲା ମାନଙ୍କ ପରୀକ୍ଷା ଚାଲିଥିବା ବେଳେ ବିବାହ ଆଦି ଚାଲିଛି ପାଞ୍ଚ ଦିନ ହେଲା ଗ୍ରାମ ଗୁଡିକ ଅନ୍ଧକାର ରହୁଥିବାରୁ ଲୋକେ ହଇରାଣ ହେବା କହିଛନ୍ତି | ଦିନରେ ପ୍ରବଳ ଗରମ ଜନ ଜୀବନ ଅସ୍ତବ୍ୟାସ୍ତ କରୁଥିବା ଲୋକେ କହିଛନ୍ତି | ଏହି ମାସ ରେ 4 ତାରିଖ ରେ ମଧ୍ୟ ଏଭଳି ବିଦ୍ୟୁତ ଅଚଳ ହୋଇଥିଲା, ବହୁ କଷ୍ଟରେ 5 ଦିନ ପରେ ବିଦ୍ୟୁତ ବିଭାଗ ମରାମତି କରିଥିଲା | ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଙ୍କ ମନମୁଖୀ ଯୋଗୁଁ ଏଭଳି ସମସ୍ୟା ହେଉଛି ବୋଲି ଗ୍ରାମବାସୀ କହିଛନ୍ତି | ବର୍ତ୍ତମାନ ମାର୍ଚ୍ଚ ମାସ ହେବା ଯୋଗୁଁ ବହୁ ଜୁଲମ କରି ଟଙ୍କା ଆଦାୟ କରି ନେଉଛନ୍ତି ବିଦ୍ୟୁତ ବିଭାଗ, ଲୋକଙ୍କ ନିକଟରେ ଟଙ୍କା ନଥିଲେ ମଧ୍ୟ ଧାର କରଜ କରି ଟଙ୍କା ବାନ୍ଧି ଛନ୍ତି କିନ୍ତୁ ବିଜୁଳି ଆଲୁଅ ବିଜୁଳି ନ ଥିବାରୁ ଗ୍ରାମରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେଉଛି ଗ୍ରାମରେ ଗୁରୁତର ରୋଗୀ ଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଛୁଆ ରହିଛନ୍ତି ପ୍ରବଳ ଗରମ ହେଉଥିବାରୁ ସେମାନଙ୍କୁ ପଙ୍ଖା ର ଆବଶ୍ୟକତା ରହିଛି | ଯଦି ଖୁବ ଶୀଘ୍ର ମାମଲାର ସମାଧାନ ନ ହୁଏ ତେବେ ଆଗାମୀ ଦିନ ରେ ରାଜ ରାସ୍ତା କୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବୁ ନରସିଂହ ଯାନୀ,ଭଗରତୀ ଯାନୀ,ପଦଲାମ ଯାନୀ,ପୂରଣ ଯାନୀ,ଦୂର୍ଜନ ଯାନୀ,ମଦନ ଯାନୀ, ଶତ୍ରୁଘନ  ଯାନୀ, ମକୁନ୍ଦ ଯାନୀ,ଡୋମୁ ଯାନୀ,ଲିଟି ଯାନୀ,ଗୋବର୍ଧନ ଯାନୀ,ପ୍ରଦୀପ ଶତପଥୀ,ଘନ ଯାନୀ,ପାର୍ବତୀ ଯାନୀ,ବାବୁଲା ପାଇକ ପ୍ରମୁଖ ଚେତାବନୀ ଦେଇଛନ୍ତି | ଏନେଇ ବିଭାଗୀୟ ଏସଡିଓ ନବୀନ ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଗତକାଲି ହିଁ ଘଟଣା ବାବଦରେ ଅବଗତ ହୋଇଥିବା ଏବଂ କାଳବୈଶାଖୀ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବାରୁ ଓ କର୍ମଚାରୀ କମ ରହିଥିବା ଯୋଗୁଁ ବିଳମ୍ବ ହୋଇଛି, ଖୁବ ଶୀଘ୍ର ତାହାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ 

masiha

ରୁପ୍ରା ଠାରେ ଖୋଳିଲା ଭୂମି ଭାରତ ଗ୍ୟାସ ଗ୍ରାମିଣ ବିତରକ 

ସମାଜସେବୀ ପତିତପାବନ ନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

masiha

Leave a Comment

error: Content is protected !!