ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବନ୍ଦ” ଲାଞ୍ଜିଗଡ ବ୍ଲକରେ ସଂପୂର୍ଣ୍ଣ ସଫଳ 

ଭାରତ ବନ୍ଦ” ଲାଞ୍ଜିଗଡ ବ୍ଲକରେ ସଂପୂର୍ଣ୍ଣ ସଫଳ 

ଲାଞ୍ଜିଗଡ, ୨୧/୦୮(ମନିସ)- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ସମ୍ପର୍କିତ ରାୟକୁ ନେଇ ସାରା ଦେଶରେ ବିରୋଧର ଝଡ଼ ଦେଖିବାକୁ ମିଳିଥିବାବେଳେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଅଧିକାର ସୁରକ୍ଷା ମହାସଙ୍ଘର ଡାକରାରେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି। ଆଜି ସକାଳୁ ବନ୍ଦ ପାଳନକାରିମାନେ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ମୁଖ୍ୟ ଫାଟକରେ ପିକେଟିଂ କରି ବନ୍ଦ କରିଥିବାବେଳେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ମହାସଙ୍ଘର ଉପ ସଭାପତି ଶ୍ରୀବତ୍ସ ତାଣ୍ଡି, କାର୍ଯ୍ୟକାରୀ ସଦସ୍ୟ ଚାଞ୍ଚେର ମାଝୀ, ପ୍ରଦୀପ ମାଝୀ, ଲିଙ୍ଗରାଜ ମାଝୀ, ସୁବାସ ନାଏକ, ମହେନ୍ଦ୍ର କରୁଆଁ, ମୂରଲୀ ବାତ୍ରା, ଦୁର୍ବାସା ନାଏକଙ୍କ ସମେତ ଶତାଧିକ କର୍ମକର୍ତ୍ତା ବନ୍ଦ ପାଳନରେ ସାମିଲ ହୋଇଥିଲେ। ଫଳରେ ଦହିଖାଲ-ଲାଞ୍ଜିଗଡ଼ ରାସ୍ତାରେ ଯାତାୟତ ଠପ ହୋଇଯାଇଥିଲା। ସେହିପରି ଲାଞ୍ଜିଗଡ ସହର ସମେତ ଜଗନ୍ନାଥପୁର, ବସନ୍ତପଡା, ନିୟମଗିରି ବେଦାନ୍ତ ନଗର, ଆରବିକେ କଲୋନୀରେ ଜୀବନ ଯାତ୍ରା ବ୍ୟାହତ ହୋଇଥିଲା। ବିଶ୍ୱନାଥପୁରରେ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ ଓ କଲେଜ ବନ୍ଦ କରି ଦେଇଥିବାବେଳେ ପତ୍ରାପଡା, ମୂଷାନାଳ, ଲାଞ୍ଜିଗଡ ରୋଡ଼, ବିଜେପୁର, ବେନଗାଁ, କୁମାରଗୁଡା, ଲାଖବାହାଲି, ବଚକା, ଲୁମାଗାଁ, ବନ୍ଧପାରୀଠାରେ ବନ୍ଦ ପାଳନକୁ ଅଭୁତ ପୂର୍ବ ଜନ ସମର୍ଥନ ଦେଖିବାକୁ ମିଳିଥିଲା। ବିଜେପୁରଠାରେ ପରୀକ୍ଷିତ ନାଏକ, ପୂର୍ଣ୍ଣଚନ୍ଦ୍ର ମାଝୀ, ରାଜେନ୍ଦ୍ର ମାଝୀ, ଅର୍ଜୁନ ନାଏକ, ବେନଗାଁରେ ଦିଲୀପ ବିଭାର, ମନୋଜ ଦୋରା, ପୁରାଣା ମାଝୀ, ମୂଷାନାଳରେ ବିଷ୍ଣୁଚରଣ ଭୋଇ, ବେଣୁଧର ବାଗ, ରଞ୍ଜିତ ବାଗ, ଅବୁଜଲାଲ ବାଗ, ବନ୍ଧପାରୀ ଓ ବଚକାରେ ସାନ୍ଦ୍ରୁ ମାଝୀ, ଲୁମାଗାଁରେ ବନମାଳୀ ମାଝୀ, ବୀର ବେନୁଆ ପ୍ରମୁଖ ନେତୃତ୍ୱ ନେଇଥିଲେ। ସେହିପରି ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧରେ ଜଗଦୀଶ ବେନିଆ, ହରିହର କୁମାର, ମନୋହର ହରପାଲ, ପବିତ୍ର ବିଭାର, ଉଦ୍ଧବ ମାଝୀ, ନରେନ୍ଦ୍ର ମାଝୀ, କର୍ଣ୍ଣ ମାଝୀ, କିଶୋର ହରପାଲ, ଗୋପାଳଦାସ ମହାନନ୍ଦ, ପିତାମ୍ବର ବିଶି, ଅଶୋକ ବିଭାର ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ସିକେରକୁପା ଛକରେ ହରିଶଙ୍କର ପାତ୍ର, ଲାଞ୍ଜିଗଡ ରୋଡ଼ରେ ଟଙ୍କଧର ମାଝୀ, ଗୋପାଳ ଛୁରା, କଦମ୍ବଗୁଡାରେ ସନ୍ତୋଷ ମାଝୀ, କର୍ଣ୍ଣ କରୁଆ, କମର୍ଦ୍ଧା, ମୁଣ୍ଡାଗାଁ, ଗନ୍ଧରବାରୁ, ପିପଲପଡାରେ ଭଗବାନ ମାଝୀ, ସାମନ୍ତ ମାଝୀ, ବିରାଜ ପନ୍ଦର, ସୁଜନ ସୁନା, ପିତାମ୍ବର ପୁଟେଲ ପ୍ରମୁଖ ନେତୃତ୍ୱ ନେବା ସହିତ ପିକେଟିଂ କରି ସ୍କୁଲ ଓ କାର୍ଯ୍ୟାଳୟ ଆଦି ବନ୍ଦ କରାଇଥିଲେ। ଗୋବର୍ଦ୍ଧନପୁର ପଞ୍ଚାୟତରେ ତପନ ମାଝୀ, ରୂପାଧର ମାଝୀଙ୍କ ନେତୃତ୍ୱରେ ଦୋକାନ, ବଜାର ସ୍କୁଲ ବନ୍ଦ କରାଯାଇଥିଲା। ରୂପେନ୍ଦ୍ର ଛତ୍ରିଆ, ଗଣେଶରାମ ବାଗଙ୍କ ନେତୃତ୍ୱରେ ଭଟାଙ୍ଗପଦର ପଞ୍ଚାୟତରେ ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ ହୋଇଥିଲା। ବିଭିନ୍ନ ସ୍ଥାନରେ ଶହ ଶହ ଯାନବାହନ ଅଟକି ରହିଥିବାବେଳେ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏପରିକି ପତ୍ରାପଡ଼ାରେ ବନ୍ଦ ପାଳନକାରି ରେଳପଥ ଅବରୋଧ କରିବାରୁ ଦୀର୍ଘ ସମୟ ଯାଏଁ ବକ୍ସାଇଟ ଟ୍ରେନ ଅଟକି ରହିଥିଲା। ଅପରପକ୍ଷରେ ଲାଞ୍ଜିଗଡ ପୁଲିସ, ବିଶ୍ୱନାଥପୁର ପୁଲିସ, ବିଜେପୁର ଓ ସିକେରକୁପା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାୟଗଡା ଗସ୍ତରେ ଏମ.ଏମ. ଏସ.ୟାଇ. ଉପଦେଷ୍ଟା ଅଧିକାରୀ

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ 

masiha

Leave a Comment

error: Content is protected !!