ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର

 ଢ଼େଙ୍କାନାଳ – : ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ନେହେରୁ ଯୁବକେନ୍ଦ୍ର ଢେଙ୍କାନାଳ ସହଯୋଗ ଏବଂ ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ଆନୁକୂଲ୍ୟରେ ଗଁଦିଆ ବ୍ଲକର ସନ୍ଥପୁରଠାରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଯୁବ ନେତୃତ୍ୱ ଓ ଗୋଷ୍ଠୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଁଦିଆ ବ୍ଲକର ବିଭିନ୍ନ ଗ୍ରାମରୁ ୫୯ଜଣ ଯୁବତୀ ଯୁବକ ଅଂଶଗ୍ରହଣ କରିଥିଲେ । ଶିବିରରେ ସନ୍ଥପୁର ଗ୍ରାମପଂଚାୟତ ସରପଂଚ ବନମାଳି ଲେଙ୍କା ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶିକ୍ଷକ ଜିତେନ୍ଦ୍ର ପାଣି , ଦିଲୀପ ସରକାର, ସମାଜସେବୀ କୈଳାସ ଚନ୍ଦ୍ର ରାଉତ, ଗଗନ ବିହାରୀ ରାଉତ ଓ ଦିୀପ ନାୟକ ପ୍ରମୁଖ ଯୁବତୀ ଯୁବକଙ୍କୁ ନେତୃତ୍ୱ ନେବାର କଳା ସମ୍ପର୍କରେ ଆଲୋଚନା କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଅତିରିକ୍ତ ନିଦେ୍ର୍ଦଶକ ଅଶୋକ କୁମାର ଦାଶ ଓ ବିତ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶିବିରରେ ଉଦଯାପନୀ ଉତ୍ସବରେ ମନରେଗା ଲୋକପାଳ ଅମରେନ୍ଦ୍ର ମଲ୍ଲ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ପମାଣପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବେଡ଼ାଗାଁ ଗ୍ରାମପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

masiha

ବରାଡ଼ଙ୍ଗା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!