ବାଣପୁର:- ପୋଲିସ ଜନ ସାଧାରଣ ଙ୍କର ସୁରକ୍ଷା କବଚ । କାହାର ଯଦି କିଛି ଅସୁବିଧା ହୁଏ ସେ ପୋଲିସ ର ଆଶ୍ରୟ ନେଇଥାଏ । ପୋଲିସ ର ନାମ ସୁଣିଲେ ଚୋର ,ଦଲାଲ ଓ ଦୁଷ୍ଟ ଶ୍ରେଣୀର ଲୋକମାନେ ଭୟଭୀତ ହୋଇଥାନ୍ତି । ଏପରିକି ଚୋରମାନେ ଲୁଚିଛପି ଯାନ୍ତି । କିନ୍ତୁ ଏବେ କେତେକ ଦୃବୁତ ପୋଲିସ କୁ ଟକରଦେଇ ଚୋରି , ଡକାୟତି ଓ ରାହାଜାନୀ କରିବାକୁ ଭୟ କରୁନାହାନ୍ତି । ଏପରି ସ୍ଥଳେ ପୋଲିସ ବିଟ୍ ହାଉସ ଭିତରୁ ବିଟ୍ ହାଉସ ଅଧିକାରୀଙ୍କ ବାଇକ୍ କୁ ଦିନ ଦିହିପ୍ରହରେ ଚୋରିକରି ବାକୁ ପଛଘୁଞ୍ଚା ଦେଇନାହାନ୍ତି ଦୃବତ । ତେବେ ଜନସାଧାରଣ କେତେ ସୁରକ୍ଷିତ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନ ଗମ୍ଭାରୀ ମୁଣ୍ଡା ବିଟ୍ ହାଉସ ଠାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ପ୍ରାୟ ଛମାସ ଧରି ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଥିଲେବି ପୋଲିସ ପାଟ୍ରୁଲିଙ୍ଗ ଅଭାବ ସାଙ୍ଗକୁ ପ୍ରଶାସନର ଏଥିପ୍ରତି କୋହଳ ମନବୃତି ଯୋଗୁ ଦୃବୁତ ମାନଙ୍କର ପାଦୃଭାବ ବଢ଼ିଚାଲିଥିବା ସାଧାରଣ ରେ ଆଲୋଚନା ହେଉଛି । ଫଳରେ ଗମ୍ଭାରୀମୁଣ୍ଡା ଅଂଚଳରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଛି । ଏପରି ସ୍ଥଳେ ପ୍ରଶାସନ ଏହାକୁ ରୋକିବାରେ ସମ୍ପୁର୍ଣ୍ଣ ଏକ ପ୍ରକାର ବିଫଳ ବୋଲି ଆଲୋଚନା ଧରିଛି । ଯାହାଫଳରେ ପୋଲିସ ଉପରୁ ଜନ ସାଧାରଣଙ୍କର ବିଶ୍ୱାସ ତୁଟିବାରେ ଲାଗିଛି I ତେବେ ଗତକାଲି ବୁଧବାର ମଧ୍ୟାହ୍ନରେ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସ ପରିସରୁ ବିଟ ହାଉସର ଅଧିକାରୀ ଦିଲ୍ଲୀପ ବିଶ୍ୱାଳ ଙ୍କର ଏକ ଦୁଇ ଚକିଆ ଜାନଟି ଚୋରି ହୋଇଯାଇଥିବାର ବିଶେଷ ସୁତ୍ରରୁ ଖବର ମିଳୁଛି I ଦିନ ଦିହିପ୍ରହରେ ଦୃବୁତ୍ତ ଚତୁରତାର ସହ ପୋଲିସ କୁ ଚକମାଦେଇ ଗମ୍ଭାରୀମୁଣ୍ଡା ପୋଲିସ ବିଟ୍ ହାଉସରୁ ବିଟ୍ ହାଉସ ର ଅଧିକାରୀଙ୍କ ଗାଡିକୁ ଚୋରି କରିବାରେ ସଫଳ ହୋଇଛି ।ଏହାକୁ ନେଇ ଗମ୍ଭାରୀମୁଣ୍ଡା , ନାଚୁଣୀ, ବାଣପୁର ଓ ବାଲୁଗାଁ ଆଦି ଅଞ୍ଚଳ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି I ତେବେ ଉକ୍ତ ଘଟଣା ସମ୍ପର୍କରେ ଜାଣିବା ପାଇଁ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଙ୍କ ସହିତ ଯୋଗାଯୋଗ କରିବାରେ । ସେ କହିଥିଲେ ଏସମ୍ପର୍କରେ କେସ ରୁଜୁ ହୋଇନାହିଁ କିନ୍ତୁ ତଦନ୍ତ ଚାଲିଛି ।
ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ