ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିବାଲୋକରେ ଦୃବୁତ ପୋଲିସ କୁ ଦେଲେ ଟକର : ଗମ୍ଭାରୀ ମୁଣ୍ଡା ବିଟ୍ ହାଉସରୁ ପୋଲିସ ଅଧିକାରୀଙ୍କ ବାଇକ୍ କଲେ ଚୋରି !!!

ବାଣପୁର:- ପୋଲିସ ଜନ ସାଧାରଣ ଙ୍କର ସୁରକ୍ଷା କବଚ । କାହାର ଯଦି କିଛି ଅସୁବିଧା ହୁଏ ସେ ପୋଲିସ ର ଆଶ୍ରୟ ନେଇଥାଏ । ପୋଲିସ ର ନାମ ସୁଣିଲେ ଚୋର ,ଦଲାଲ ଓ ଦୁଷ୍ଟ ଶ୍ରେଣୀର ଲୋକମାନେ ଭୟଭୀତ ହୋଇଥାନ୍ତି । ଏପରିକି ଚୋରମାନେ ଲୁଚିଛପି ଯାନ୍ତି । କିନ୍ତୁ ଏବେ କେତେକ ଦୃବୁତ ପୋଲିସ କୁ ଟକରଦେଇ ଚୋରି , ଡକାୟତି ଓ ରାହାଜାନୀ କରିବାକୁ ଭୟ କରୁନାହାନ୍ତି । ଏପରି ସ୍ଥଳେ ପୋଲିସ ବିଟ୍ ହାଉସ ଭିତରୁ ବିଟ୍ ହାଉସ ଅଧିକାରୀଙ୍କ ବାଇକ୍ କୁ ଦିନ ଦିହିପ୍ରହରେ ଚୋରିକରି ବାକୁ ପଛଘୁଞ୍ଚା ଦେଇନାହାନ୍ତି ଦୃବତ । ତେବେ ଜନସାଧାରଣ କେତେ ସୁରକ୍ଷିତ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନ ଗମ୍ଭାରୀ ମୁଣ୍ଡା ବିଟ୍ ହାଉସ ଠାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ପ୍ରାୟ ଛମାସ ଧରି ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଥିଲେବି  ପୋଲିସ ପାଟ୍ରୁଲିଙ୍ଗ ଅଭାବ ସାଙ୍ଗକୁ ପ୍ରଶାସନର ଏଥିପ୍ରତି କୋହଳ ମନବୃତି ଯୋଗୁ ଦୃବୁତ ମାନଙ୍କର ପାଦୃଭାବ ବଢ଼ିଚାଲିଥିବା ସାଧାରଣ ରେ ଆଲୋଚନା ହେଉଛି । ଫଳରେ ଗମ୍ଭାରୀମୁଣ୍ଡା ଅଂଚଳରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇ ଆସୁଛି । ଏପରି ସ୍ଥଳେ ପ୍ରଶାସନ ଏହାକୁ ରୋକିବାରେ ସମ୍ପୁର୍ଣ୍ଣ ଏକ ପ୍ରକାର ବିଫଳ ବୋଲି ଆଲୋଚନା ଧରିଛି । ଯାହାଫଳରେ ପୋଲିସ ଉପରୁ ଜନ ସାଧାରଣଙ୍କର ବିଶ୍ୱାସ ତୁଟିବାରେ ଲାଗିଛି I ତେବେ ଗତକାଲି ବୁଧବାର ମଧ୍ୟାହ୍ନରେ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସ ପରିସରୁ ବିଟ ହାଉସର ଅଧିକାରୀ ଦିଲ୍ଲୀପ ବିଶ୍ୱାଳ ଙ୍କର ଏକ ଦୁଇ ଚକିଆ ଜାନଟି ଚୋରି ହୋଇଯାଇଥିବାର ବିଶେଷ ସୁତ୍ରରୁ ଖବର ମିଳୁଛି I ଦିନ ଦିହିପ୍ରହରେ ଦୃବୁତ୍ତ ଚତୁରତାର ସହ ପୋଲିସ କୁ ଚକମାଦେଇ ଗମ୍ଭାରୀମୁଣ୍ଡା ପୋଲିସ ବିଟ୍ ହାଉସରୁ ବିଟ୍ ହାଉସ ର ଅଧିକାରୀଙ୍କ ଗାଡିକୁ ଚୋରି କରିବାରେ ସଫଳ ହୋଇଛି ।ଏହାକୁ ନେଇ ଗମ୍ଭାରୀମୁଣ୍ଡା , ନାଚୁଣୀ, ବାଣପୁର ଓ ବାଲୁଗାଁ ଆଦି ଅଞ୍ଚଳ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି I ତେବେ ଉକ୍ତ ଘଟଣା ସମ୍ପର୍କରେ ଜାଣିବା ପାଇଁ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଙ୍କ ସହିତ ଯୋଗାଯୋଗ କରିବାରେ । ସେ କହିଥିଲେ ଏସମ୍ପର୍କରେ କେସ ରୁଜୁ ହୋଇନାହିଁ କିନ୍ତୁ ତଦନ୍ତ ଚାଲିଛି ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ବାଦାମପାହାଡରେ ବହୁ ଚର୍ଚ୍ଚିତ ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Sunil Chandra Nayak

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

masiha

Leave a Comment

error: Content is protected !!